ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭାଗର ବେପରୁଆ ତଥା ଶୋଷଣ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘରୋଇ ସଂସ୍ଥାମାନଙ୍କ ହାତରେ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଟେକି ଦେଇ ସରକାର ପରୋକ୍ଷରେ ଜନସାଧାରଣଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏବେ ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିବାବେଳେ ମନଇଚ୍ଛା ତ୍ରୁଟିପୂର୍ଣ୍ଣ ବିଲ ଦେବା, ଦେୟ ଆଦାୟ ପାଇଁ ଜୁଲମ କରିବା, ଅଚାନକ ବିଦ୍ୟୁତ ସରୋବରାହକୁ ବିଛିନ୍ନ କରିବା, ଘନଘନ ବିଦ୍ୟୁତ କାଟ କରିବା ଭଳି ସମସ୍ୟା ଦେଖାଦେଉଛି । ଗୋଟିଏ ପଟେ ସରକାର ଏଭଳି ଘରୋଇ ସଂସ୍ଥା ଦ୍ୱାରା ଜନସାଧାରଣଙ୍କୁ ଉନ୍ନତ ସେବା ମିଳିବ ବୋଲି ଯେଉଁ ଡିଣ୍ଡିମ ପିଟୁଥିଲେ ତାହାର ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଥିବା ଭଳି କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏହାର ପ୍ରତିବାଦରେ ଆଜି ପରିଷଦ ପକ୍ଷରୁ ବିଦ୍ୟୁତ ବିଭାଗର ଫେଜ-୧ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ବିକାଶ ଭୋଇଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ପରିଷଦ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଏକତ୍ରିତ ହୋଇ ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ନୂତନ ଗ୍ରୀଡ ସ୍ଥାପନ, ସଠିକ ସମୟରେ ମିଟର ରିଡିଙ୍ଗ୍‌, ବିଦ୍ୟୁତ ବଣ୍ଟନ କାର୍ଯ୍ୟକୁ ସରକାର ନିଜ ହାତକୁ ନେବା, ମୁକୁଳା ଟ୍ରାନ୍ସଫର୍ମରକୁ ଆବଦ୍ଧ କରିବା, ଦିଲ୍ଲୀ ଓ ପଞ୍ଜାବ ଭଳି ଓଡିଶାରେ ୩ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଛାଡ କରିବା ପ୍ରଭୁତି ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଗୋବର୍ଦ୍ଧନ ସାହୁ, ତିର୍ଥାନନ୍ଦ ପଣ୍ଡା, କୁଳମଣୀ ବେହେରା, ଶ୍ରଦ୍ଧେନ୍ଦୁ ଶତପଥିଙ୍କ ପ୍ରମୁଖ ଶତାଧିକ ଉପଭୋକ୍ତା ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ