ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ନରସିଂହପୁର(ଏନ୍ ଏମ୍‌): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ହଟିଆପଲ୍ଲୀ ଠାରେ ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ କାବୁ କରାଯାଇଛି । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ କୁମାର ସିଂହ, ଜିଲ୍ଲାପାଳ କଟକ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକ ଅନ୍ତର୍ଗତ ପାଇକବାରବାଟୀ ପଞ୍ଚାୟତ ହଟିଆପଲ୍ଲୀ ଖେଳ ପଡିଆ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ସମେତ ବହୁ ସାମଗ୍ରୀ ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ କିଛି ଦିନ ତଳେ ଏ ଅଞ୍ଚଳରେ ନକଲି ମଦର କାରବାର ବଢି ଚାଲିଥିବାର ଖବର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ôଚଥିଲା । ଏହାକୁ ନେଇ ଇ.ଆଇ.ଇ.ବି (କେନ୍ଦ୍ରୀୟ), ଅବକାରୀ ମୋବାଇଲ ଟିମ୍‌ର ମିଳିତ ଚଢାଉ ହୋଇଥିଲା । ଉକ୍ତ ଚଢାଉ ବେଳେ ଡେପୁଟି ସୁପରିଟେଣ୍ଡେଣ୍ଟ ଦେବାଶିଷ ପାଟିଲ୍‌, ଇନ୍ସପେକ୍ଟର ଜଗଦିଶ ସାମଲ, ମୋବାଇଲ ଇନ୍ସପେକ୍ଟର ସଞ୍ଜିିବ ବାଲାୱା, ସୁଶାନ୍ତ ପାଢୀ, ଉମାକାନ୍ତ ସାହୁ, ସ୍କ୍ୱାର୍ଡ ଡେପୁଟି ସୁପରଟେଣ୍ଡେଣ୍ଟ ସୁଧାଂଶୁ ବିଶ୍ୱାଳ, ସବ୍ ଇନ୍ସପେକ୍ଟର ବିଜୟ କୁମାର ଭଟ୍ଟ, ସଚ୍ଚିନ ବେହେରା ଙ୍କ ସମେତ ୩୫ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ୪ଟି ଦଳ ଗଠନ କରାଯାଇଥିଲା । ପ୍ରଥମେ ହଟିଆପଲ୍ଲୀ ସ୍ଥିତ ପରିତ୍ୟକ୍ତ କୋଠରୀରେ ଚଢାଉ କରି ୧୮୦ମିଲି ବିଶିଷ୍ଠ ୨୦୦୩ ବୋତଲ ନକଲି ବିଦେଶୀ ମଦ, ୧୯୨ଟି ସିଲ୍ ଥିବା ବିୟର ବୋତଲ, ୨୦୦ଲିଟର ଦେଶୀ ମଦ କୁ ପାଉଚ୍‌ରେ ପ୍ୟାକିଙ୍ଗ କରାଯାଉଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଥିଲା । ଘଟଣା ସ୍ଥଳରେ ନକଲି ମଦ କାରବାର କରୁଥିବା ପାଇକବାରବାଟି ଗ୍ରାମର ବିଭୁତି ଭୂଷଣ ବିଶ୍ୱାଳ (୨୨), ବଡମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ଗ୍ରାମର ମନୋଜ ରାଉତ (୩୨)ଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏହି ନକଲି ମଦ କାରବାରରେ ବହୁ ଲୋକ ସଂଶ୍ଲିଷ୍ଠ ଥିବା ଜଣା ପଡିଥିଲା । ତୁରନ୍ତ ନୟାଗଡ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଆଡକଟା ସ୍ଥିତ ଏକ ମଦ ଦୋକାନ ଉପରେ ଚଢାଉ କରିଥିଲେ । ସେଠାରୁ ନକଲି ନଂ ୧ ନିପ୍ ୧୮୦ମି.ଲି. ବିଶିଷ୍ଠ ୩୩୬ଟି ଜବତ କରି ଜିଲ୍ଲା ଅବକାରୀ ଆରକ୍ଷୀ ଅଧ୍ୟକ୍ଷ ଦିବ୍ୟ କେଶର ଦଣ୍ଡେଙ୍କ ଉପସ୍ଥିତିରେ ମଦ ଦୋକାନକୁ ସିଲ୍ କରିବା ସହିତ ନକଲି ମଦ ଜବତ କରିଥିଲେ । ଏହାପରେ ବଡମ୍ବା ଥାନା ଅନ୍ତର୍ଗତ କୃଷ୍ଣପୁର ଓ ଗୋପିନାଥପୁର ଦ୍ୱୟ ଗ୍ରାମର ଦୁଇ ଜଣଙ୍କ ଘରେ ଚଢାଉ କରିଥିଲେ । ମାତ୍ର ସେମାନେ ଚଢାଉର ଖବର ପାଇ ସେଠାରୁ ଫେରାର୍ ହୋଇଯାଇଥିବା ଇନ୍ସପେକ୍ଟର ବାଲାୱା ସୁଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ