ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ
କଟକ(ଏନ୍.ଏମ୍.): ସରକାରଙ୍କ ଟାଳଟୁଳ ନୀତି ଓ ୧୦ଦଫା ଦାବିରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ (ଓଡ଼ିଶା ମେଡ଼ିକାଲ ଲ୍ୟାବ ଟେକ୍ନିସିଆନ ଆସୋସିଏସନ- ଓଏମଏଲଓଏ) ପକ୍ଷରୁ ଅଗଷ୍ଟ ପହିଲାରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସଂଘ ଡାକରାରେ କଟକ ଜିଲ୍ଲା ସଂଘ ପକ୍ଷରୁ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ ଜିଲ୍ଲା ସମ୍ପାଦକ ଅନନ୍ତ ଭଦ୍ର, ସଭାପତି ଅନନ୍ତ ଚରଣ ସେଠୀ, ସଭ୍ୟ ମନୋଜ ବେହେରା ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉପରୋକ୍ତ ଦାବି ଉପରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାର ସଂଘର ଦୀର୍ଘ ଦିନର ଦାବିକୁ ଅଣଦେଖା କରୁଥିବାରୁ ସଂଘର ଜିଲ୍ଲାସ୍ତରୀୟ କର୍ମଚାରୀଙ୍କୁ ଅନୁଷ୍ଠିତ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଡିଏମଏଲଟି କାଉନସିଲ ଦ୍ୱାରା ପଞ୍ଜିକୃତ ହୋଇନଥିବା ବ୍ୟକ୍ତିମାନଙ୍କୁ ସରକାରୀ ଚିକିତ୍ସାଳୟରେ କାମ କରିବାକୁ ସୁଯୋଗ ଦିଆଯାଇଥିବାରୁ ଚିକିତ୍ସାର ଗୁଣାତ୍ମକ ମାନ ହ୍ରାସ ପାଉଛି । ଜୁନୟର ଭେଷଜ ପ୍ରାଯୁକ୍ତିକ ମାନଙ୍କର ଗ୍ରେଡସନ ଓ ପଦୋନ୍ନତିରୁ ବଞ୍ôଚତ ହୋଇ ଅବସର ନେଉଛନ୍ତି । ୧୯୯୧ ମସିହାରୁ ନୂତନ ଛାତ୍ରଛାତ୍ରୀଙ୍କ ବରିଷ୍ଠ ପଦବୀ ସୃଷ୍ଟି ହୋଇପାରିନାହିଁ । ଏକ ହଜାର ଜୁନିୟର ପଦବୀ ୧ ବର୍ଷ ହେବ ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ଲାଗି କୌଣିସ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ନିକଟରେ ସରକାର କ୍ୟାଡର ନିୟମ ଆଶିଂକ ପରିବର୍ତ୍ତନ କରି ୬ଟି ଟେକନିକାଲ ସୁପରଭାଇଜର ପଦବୀରକ୍ତଭଣ୍ଡାରରେ ସୃଷ୍ଟି କରିଛନ୍ତି । ବରିଷ୍ଠ ଟେକନିସିଆନ ମାନେ ଏଥିରେ ରହିଥିବା ସତ୍ତ୍ୱେ ବ୍ଲଡ କମ୍ପୋନେଣ୍ଟ ତାଲିମ ଯୋଗୁଁ ସୁଯୋଗ ନପାଇ ତାଲିମପ୍ରାପ୍ତ ଜୁନିୟରମାନଙ୍କୁ ପଦୋନ୍ନତି ଦେବାର ଆଶଙ୍କା ପ୍ରକାଶ ପାଇଛି । ସମସ୍ତ ଜୁନିୟର ଟେକନିସିଆନ ମାନଙ୍କୁ ବାଧ୍ୟତା ମୂଳକ ତାଲିମ ଦେବାକୁ ଦାବି କରାଯାଇଛି । ପୂର୍ବରୁ ବିଭିନ୍ନ ଯୋଜନା ଓ ସମିତି ଅଧିନରେ କାର୍ଯ୍ୟକରୁଥିବା ଘରୋଇ ସଂସ୍ଥା ଏବଂ ସରକାରୀ ପଞ୍ଜିକୃତ ହୋଇନଥିବା ସଂସ୍ଥାନରୁ ପାସ କରିଥିବା ଲାବୋରେଟାରୀ ଟେକନିସିଆନ ମାନଙ୍କୁ ବିଭିନ୍ନ ଦକ୍ଷତା ପ୍ରଶିକ୍ଷଣ ନେଇ ସରକାର ସମସ୍ତ ପଦବୀ ହାସଲ କରିଛନ୍ତି । ଯାହା ନିମ୍ନ ମାନର ଚିକିତ୍ସାକୁ ପ୍ରୋତ୍ସାହନ ହେଉଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଛି । କୋଭିଡ ପରିଚାଳନାରେ ଲାବୋରେଟାରୀ ଟେକନିସିଆନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୀବନକୁ ବାଜି ଲଗାଇ ସେମାନେ ଦିନରାତି ରୋଗୀ ସେବାରେ ରହିଛନ୍ତି । ତେଣୁ ସରକାର ସେମାନଙ୍କୁ ସେମାନଙ୍କ ଦାବି ଗୁଡିକ ବିଚାର କରବିାକୁ ଅନୁରୋଧ କଲେ ମଧ୍ୟ କିଛି ସୁଫଳ ହୋଇପାରିନାହିଁ । ସେଥିଲାଗି ଅଗଷ୍ଟ ୧ତାରିଖରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରାଯିବ ବୋଲି କଟକ ଜିଲ୍ଲା ଲାବୋରେଟାରୀ ଟେକନସିଆନ ସଂଘର ସମ୍ପାଦକ ଶ୍ରୀ ଭଦ୍ର ସୂଚନା ଦେଇଛନ୍ତି ।