ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୪ ଅଟକ କଟକ(ଏନ୍‌.ଏମ୍‌.): କଟକରେ ପୁଣି ନକଲି ସାମଗ୍ରୀ ଜବତ ହୋଇଛି । ଗଙ୍ଗା ମନ୍ଦିର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ଧୂପକାଠି କାରଖାନାରେ ଲାଲବାଗ ପୁଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ନକଲି ଧୂପକାଠି ପ୍ୟାକେଟ, କଞ୍ଚାମାଲ ଓ ମେସିନ୍‌କୁ ମିଶାଇ ସମୁଦାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତ ପାଇଁ କଲିକତାରୁ ଯାବତୀୟ…

Read More

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ ! କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରବଳ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍ ରିଗିଂ ଦେଖିବାକୁ ମିଳିଥିବାବେଳେ ଏ ନେଇ ପ୍ରଶାସନ ନାକେଦମ ହେବାକୁ ପଡ଼ିଛି । ତେବେ ବହୁ କଷ୍ଟରେ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଠାରୁ ଗଣତି ଆରମ୍ଭ ହେବ । ପୂର୍ବରୁ ମତଦାନ ଦିନ ହିଁ ଭୋଟ…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍‌ଅପ୍‌ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢାଉ: ପିକ୍‌ଅପ୍‌ଭ୍ୟାନ୍ ସହ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପକ୍ଷରୁ ଅତର୍କୀତ ଚଢ଼ାଉ କରାଯାଇ ସ୍ଥାନୀୟ ଜଗତପୁର-ଚଣ୍ଡିଖୋଲ ରାସ୍ତାର ଟାଙ୍ଗୀ ଥାନା ଅନ୍ତର୍ଗତ-ମଙ୍ଗୁଳି ଛକରେ ୧କ୍ୱିଣ୍ଟାଲ ୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ଏହି ଚୋରା କାରବାରରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନେ ବ୍ୟବହାର କରିଥିବା ଓଡି-୩୩-ଏସି-୯୧୨୦ ନମ୍ବରର ପିକ୍‌ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି…

Read More

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି ଯାଜପୁର(ଏନ୍‌.ଏମ୍‌.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର ୨୭ଟି ଜିଲ୍ଲାରେ ମତଦାନ ହୋଇଛି । ରାଜ୍ୟର ୬୪ଟି ବ୍ଲକର ୧୬୩ଟି ଜିଲ୍ଲାପରିଷଦ ଜୋନରେ ମତଦାତାମାନେ ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି । ମୋଟ ୧୭ହଜାର ୦୮୯ଟି ବୁଥରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ତେବେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ…

Read More

କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ

କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ କଟକ(ଏନ୍‌.ଏମ୍‌.): କଟକ ଏବେ ନକଲି କାରବାରର ପେଣ୍ଠସ୍ଥଳ ପାଲଟିଛି । କିଛିଦିନ ବ୍ୟବଧାନ ପରେ କଟକରୁ ପୁଣିଠାବ ହୋଇଛି ନକଲି ମସଲା କାରଖାନା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି, ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆର ଏକ କାରଖାନାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ…

Read More

ଘରେ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର

ଘରେ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଚୋର ଚୌଦ୍ୱାର (ଏନ୍‌.ଏମ୍‌.): ସାବଧାନ । ଟିକିଏ ଅବହେଳା କଲେ ଘରୁ ଲୁଟିନେବେ ଚୋର । ଚୌଦ୍ୱାର ଅଞ୍ଚଳରେ ଏବେ ମାତିଛନ୍ତି ଚୋର । ଟିକିଏ ସୁଯୋଗ ପାଇଲେ ବୁଲାଉଛନ୍ତି କଳାକନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅନ୍ତର୍ଗତ କୟଳ ପଡ଼ା ଅଞ୍ଚଳର ସିମିଳିହାଣ୍ଡ ଗ୍ରାମରେ । ଗ୍ରାମର ଶିବପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରମାନେ କଳାକନା…

Read More

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଫଳରେ ଜନସାଧାରଣଙ୍କ ଠାରୁ ଲୁଟୁଥିବା କିମ୍ବା ରାଜସ୍ୱ ହଡ଼ପ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଥିରେ ନିସ୍ତାର ନାହିଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁହଁରୁ କଳାପରଦା ହଟାଇଚାଲିଛନ୍ତି ସହରକାର ।…

Read More

କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା

କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା କଟକ(ଏନ୍‌.ଏମ୍‌.): କଟକ ସହରରେ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି । ତେବେ ଏହାକୁ ରୋକିବା ନିମନ୍ତେ କମିଶନରେଟ ପୁଲିସ ମଧ୍ୟ ବେଶ ତତ୍ପର ହୋଇ ଉଠିଛି । କହିବାକୁ ଗଲେ ବେଆଇନ ନିଶାକାରବାରକୁ ନେଇ ପୁଲିସ ଓ ନିଶାମାଫିଆଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ପଟେ ନିଶା ବେପାରୀଙ୍କୁ ସାବାଡ଼…

Read More

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର ଅନୁଗୁଳ(ଏନ୍‌.ଏମ୍‌.): ଆଠମଲ୍ଲିକ ବ୍ଲକ କନ୍ତପଡ଼ା ସେବା ସମବାୟ ସମିତି ସମ୍ପାଦକ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହି ସରକାରୀ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିବାରୁ ସଂପୃକ୍ତ ସେବା ସମବାୟ ସମିତି ସଂପାଦକ ରୋହିତ ପୁଢ଼ଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ…

Read More

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜାନୁଆରୀ ୧୯ତାରିଖଠାରୁ ଫେବୃଆରୀ ୬ତାରିଖ ସୁଦ୍ଧା ମୋଟ ୧୧୩୬୮୬.୧୯ ବଲକ…

Read More

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର । ଦୁର୍ନୀତିକୁ ଆଦୌ ପ୍ରଶୟ ଦେଉନଥିବା ନବୀନ ସରକାର ପୁଣି ବିଭିନ୍ନ ବିଭାଗରେ ନିଯୁକ୍ତଥିବା୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦାର…

Read More

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ କଟକ(ଏନ୍‌.ଏମ୍‌): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି । ତେବେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରକ୍ତଭଣ୍ଡାରରେ ଥିବା ରକ୍ତ ରୋଗୀ ପାଇବା ପାଇଁ ହିନସ୍ତା ହେଉଥିବାବେଳେ କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି ।…

Read More