Nishkarsha

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ #ଚୌଦ୍ୱାର(ଏନ୍‌.ଏମ୍‌.): ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ରାସ୍ତାରେ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜିଗ୍ନୀପୁର ମହାଜନପୁର ନାନକେରା ସାହିର ଟୁଲୁ ଓରଫ ବିଶ୍ୱପ୍ରକାଶ ନାୟକ (୨୬) ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୩୦ତାରିଖରେ…

Read More

୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର

୨୦୨୪ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁମନ୍ତ୍ର ‘କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ଦଳର ଶକ୍ତିଶାଳୀ ଅସ୍ତ୍ର’ #କଟକ(ଏନ୍‌.ଏମ୍‌.): ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକୁ ଲୋକଙ୍କ ଘରେ ପହଞ୍ଚାଇବାକୁ ବିଜେପି ନେତା, କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦେଶ, ବିଦେଶରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ବିଜେପି…

Read More

ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା

ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା #କଟକ(ଏନ୍‌.ଏମ୍‌.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଇପିଏଫ ପେନସନର୍ସ ବିରୋଧି…

Read More

ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ #କଟକ(ଏନ୍‌.ଏମ୍‌.): ଠକ, ଚୋର, ଲୁଟେରା ତଥା ଅସାମାଜିକ ବ୍ୟକ୍ତିଙ୍କ ରାଜଧାନୀ ପାଲଟିଛି କଟକ । କେତେବେଳେ ଘରେ ପଶି କଳା କଳା ବୁଲାଉଛନ୍ତି ତ ଆଉ କେତେବେଳେ ମାରଣାସ୍ତ୍ର ଦେଖାଇ ଝାମ୍ପିନେଉଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଠାରେ ଅପରାଧ ସେତିକିରେ ସୀମିତ ନାହିଁ । ଲୋକଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେବାରେ ମାହିର ବ୍ୟକ୍ତିମାନେ…

Read More

ମହାନଦୀରେ ଗୋଡ଼ ଖସି ଯୁବକ ନିଖୋଜ

ମହାନଦୀରେ ଗୋଡ଼ ଖସି ଯୁବକ ନିଖୋଜ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବୀଦ୍ୱାର ବୁଲିବାକୁ ଆସି ମହାନଦୀରେ ଗାଧୋଇବା ବେଳେ ସ୍ରୋତପାଣିରେ ଗୋଡ଼ ଖସି ଯିବାରୁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପାଣିରେ ଭାସି ଯାଇଥିବା ନିଖୋଜ ଯୁବକଙ୍କ ବାପା ମା ପହଞ୍ଚିବା ସହ କାନ୍ଦି ବୋବାଇ ପୁଅକୁ ଝୁରି ହେଉଛନ୍ତି । ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ନିଖୋଜ ଯୁବକଙ୍କ…

Read More

ପରଲୋକରେ ବରିଷ୍ଠ ସମାଜସେବୀ ଫିରଦୋଷ ଅଲ୍ଲୀ: କଟକ ସଦର ଅଞ୍ଚଳରେ ଶୋକର ଛାୟା

ପରଲୋକରେ ବରିଷ୍ଠ ସମାଜସେବୀ ଫିରଦୋଷ ଅଲ୍ଲୀ: କଟକ ସଦର ଅଞ୍ଚଳରେ ଶୋକର ଛାୟା #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅଞ୍ଚଳର ବିଶିଷ୍ଟ ଜନନେତା ତଥା ସମାଜସେବୀ କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର, ପୋଖରୀ ହୁଡ଼ା ଗ୍ରାମର ଶେଖ ଫିରଦୋଷ ଅଲ୍ଲୀଙ୍କ ୬୮ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ତାଙ୍କର ପରଲୋକଗତ ଖବର ଜାଣିବା ପରେ…

Read More

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ରାଜନୈତିକ ଜଗତରେ ପୁଣି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । କ୍ରମାଗତ ଭାବେ ୭ ଥରର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ୭୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର,…

Read More

ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ

ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ #ବାରଙ୍ଗ(ଏନ୍‌.ଏମ୍‌.): ସମ୍ପ୍ରତି ପୁଲିସର କଡ଼ା ପ୍ରହରା ସତ୍ତ୍ୱେ ରାସ୍ତାଘାଟ ଆଉ ସୁରକ୍ଷିତ ନାହିଁ । ପାଦପାଦକେ ଛିନତାଇ, ଲୁଟ, ରାହାଜାନୀର ଭୟ ରହୁଛି । ତେବେ ଆଜି ଅପରାହ୍ନ ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ବେକରେ ଭୁଜାଲି ଲଗେଇ ଦୁବୃର୍ତ୍ତମାନେ ଟଙ୍କା ଓ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ସୁଧାଂଶୁ…

Read More

କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର…

Read More

ଏନ.ଏଲ.ୟୁ.ର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଏନ.ଏଲ.ୟୁ.ର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ #ନରାଜ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଆଇନ ସେବା ସମିତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ନିରାପତ୍ତା ଯୋଜନା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ଯୋଜନା ମାଧ୍ୟମରେ କି ପ୍ରକାର ସୁବିଧା ସୁଯଗ ଉପଲବ୍ଧ…

Read More

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର ଆହତ

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର ଆହତ #ତିଗିରିଆ(ଏନ୍‌.ଏମ୍‌.): ଆଜି ସକାଳୁ ସକାଳୁ ଏକ ଅଟୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ଭାରତ ଗ୍ୟାସ୍ ପାଖ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥରେ ଏହି ମର୍ମନ୍ତୁଦ…

Read More

ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ

ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ #ଜଗତପୁର(ଏନ୍‌.ଏମ୍‌.): ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁରସ୍ଥିତ ନିମପୁର ଶ୍ମଶାନରେ ଏକ ଅତ୍ୟାଧୁନିକ ଶବଦାହ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କାଠ ବ୍ୟବହାର କରାଯାଇ ଶବଦାହ କରାଯିବ । ତେବେ ଏହି ଅତ୍ୟାଧୁନିକ କାଠ ଶବଦାହ ଗୃହର ନିର୍ମାଣ ପାଇଁ ମୋଟ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସିଏମସି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ…

Read More