ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ
ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କଟକ(ଏନ୍.ଏମ୍): ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଏମସି ୨୦ନମ୍ବର ୱାର୍ଡ଼ସ୍ଥିତ ଲଣ୍ଡାଦେଉଳ ପ୍ରାଙ୍ଗଣରେ ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ପ୍ରାୟ ୩ଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ । ଅଞ୍ଚଳର ସାହେବଜାଦା ବଜାର, ଭାଷାକୋଷ ଲେନ, ନିମଚୌଡ଼ି, ଭଣ୍ଡାରୀ ସାହି, ବିଶ୍ୱନାଥ…
