ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ

ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ କଟକ(ଏନ୍‌.ଏମ୍‌.): ବିଜେପିର ପ୍ରବୀଣା ନେତ୍ରୀ, ସଂଗଠକ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି । ୬୦ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେ ନିମୋନିଆ ଏବଂ ସେପ୍ଟିସେମିୟାରେ ପୀଡ଼ିତ ଥାଇ ଆଇସିୟୁରେ ଚିକତ୍ସିତ ହେଉଥିଲେ…

Read More

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର

ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର #କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀ-୧ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଶିଖରପୁର, ଯୋବ୍ରା, ଷ୍ଟେସନ ବଜାର ଓ କଲେଜ ଛକ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଖରପୁର ରେଳବାଇ ଗଳା ପୋଲରେ ସାମାନ୍ୟ ବର୍ଷାରେ ଜଳମଗ୍ନ ହେବା ଏବଂ…

Read More

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋ ଗାଁ ମୋ ସମ୍ମାନ ଅଭିଯାନରେ ଜଳବିଶୋଧନ କାର୍ଯ୍ୟକ୍ରମ ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ “ଜନ ମଙ୍ଗଳ’ ରାସୋଳ ଆନୁକୂଲ୍ୟରେ “ମୋ ଗାଁ ମୋ ସମ୍ମାନ’ ଅଭିଯାନର ଶୁଭାରମ୍ଭ ଅବସରରେ ୩ ଦିନ ଧରି ରାସୋଳ ଓ ମାଧପୁର ଗ୍ରାମ ପଞ୍ଚାୟତର ୫୨ଟି ସର୍ବସାଧାରଣ କୂପରେ ବ୍ଲିଚିଂ ପାଉଡର ପକାଇ ଜଳବିଶୋଧନ କରିବା ସହିତ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବହାର ସମ୍ପର୍କୀତ…

Read More

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ

ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ ଭଦ୍ରକ(ଏନ୍‌.ଏମ୍‌.): ନିଶାନିବାରଣ ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ନିଶାମୁକ୍ତ ଓଡ଼ିଶା ପାଇଁ ଅନେକ ଅନୁଷ୍ଠାନ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଉଛନ୍ତି । ହେଲେ ମଦ ମାଫିଆମାନଙ୍କୁ ରୋକିବା ସତେ ଯେମିତି ଏକପ୍ରକାର ଚାଲେଞ୍ଜ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶହ ଶହ…

Read More

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ

ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ ଚୌଦ୍ୱାର(ଏନ୍‌.ଏମ୍‌.): ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ୨୦୨୩ ଅଗଷ୍ଟ ୭ ତାରିଖ ଚିଠି ନମ୍ବର୍ ୧୪୫୭୪, ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ରାଜ୍ୟ ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକୁ ମୋଟ ୨୪କୋଟି ୫୦ ଲକ୍ଷ ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି…

Read More

ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ

ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ #ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ଅନ୍ତର୍ଗତ ତଳଗଡ ଠାରେ ମହାନଦୀରେ ପୂର୍ବାହ୍ନ ୧୨ଘଟିକାରେ ଦୁଇଜଣ କଲେଜ ଛାତ୍ର ଗାଧୋଇବାକୁ ଆସି ଗଭୀର ପାଣିରେ ନିଖୋଜ ହୋଇଛନ୍ତି । ଖବର ପ୍ରକାଶ ଯେ, ଆଜି ପୂର୍ବାହ୍ନରେ କଟକରୁ ଆଠଜଣ ଛାତ୍ର ମହାନଦୀ ବନ୍ତ ନିକଟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ଅବସ୍ଥାରେ ଦୁଇଜଣ ଛାତ୍ର ମହାନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ବେଳେ ଅନ୍ୟ ୬ଜଣ ଛାତ୍ର ଅଳ୍ପକେ ବର୍ତ୍ତୀ…

Read More

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା   #ଖୋର୍ଦ୍ଧା (ଏନ୍‌.ଏମ୍‌.): ପରିଚ୍ଛଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରତିହାରୀଙ୍କୁ ଏକ ଭାବବିହ୍ୱଳ ଓ ଅଶ୍ରୁଳ ପରିବେଶରେ ସ୍ଥାନୀୟ ଶିକ୍ଷକ ଗଣ, ସମସ୍ତ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ଗ୍ରାମର ଭଦ୍ର ମଣ୍ଡଳୀ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ପ୍ରଶାସନିକ ସଚିବ (ମୁଖ୍ୟ କାଯ୍ୟାଳୟ, ଭାରତ) ଅବିନାଶ ସାମନ୍ତରାୟଙ୍କ ଉପସ୍ଥିତିରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ପ୍ରତିହାରୀ ଏକାଧାରରେ…

Read More

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପରେ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳନ କରୁଥିବାବେଳେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଯୋଗୁଁ ଏସବୁ ଯୋଜନା ବାଟମାରଣା ହେବା ସହ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ସ୍ଥାନୀୟ ସୁଦର୍ଶନପୁର ଗ୍ରାମପଞ୍ଚାୟତର ସରକାରୀ ଯୋଜନାରେ ବ୍ୟାପ ଦୁର୍ନୀତି ହେଉଥିବା ଅଭିଯୋଗ କରି ଏହାର…

Read More

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା

ଫାଇପ-ଟି ସଚିବଙ୍କ କଟକ ଗସ୍ତ: ଚୌଦ୍ୱାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କେଉଁଠି ଉଚ୍ଛତ୍ସିତ ସମ୍ବର୍ଦ୍ଧନା ତ ଆଉ କେଉଁଠି ତିରସ୍କାର #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟ ପ୍ରଶାସନ କ୍ଷେତ୍ରରେ ମଙ୍ଗ ଧରିଥିବା ବିଶିଷ୍ଟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇପ-ଟି ସଚିବଙ୍କ କଟକଗସ୍ତ ଆରମ୍ଭ ହୋଇଛି । ରାଜ୍ୟର ବହୁ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରିଥିଲେ ଫାଇପ-ଟି ସଚିବ । ତେଣୁ ଏବେ…

Read More

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ…

Read More

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ #କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମାଟ୍ରିକ ରେଗୁଲାର ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି । ୩୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୮୧୯୫ ଛାତ୍ରଛାତ୍ରୀ ଫର୍ମ ପୂରଣ…

Read More

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଯୋଗଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଏବଂ ଅଭୟ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ…

Read More