ଖ୍ରୀଷ୍ଟ କଲେଜରେ କ୍ରୀସ୍ମାସ୍ କ୍ୟାରୋଲ ଉତ୍ସବ
ଖ୍ରୀଷ୍ଟ କଲେଜରେ କ୍ରୀସ୍ମାସ୍ କ୍ୟାରୋଲ ଉତ୍ସବ କଟକ(ଏନ୍.ଏମ୍.): ଆଲୋକମାଳାରେ ସୁସଜ୍ଜିତ ଐତିହ୍ୟ ପୂର୍ଣ୍ଣ ସଂଖ୍ୟାଲଘୁ ଖ୍ରୀଷ୍ଟକଲେଜରେ ପରମପିତା ପ୍ରଭୁଯୀଶୁଙ୍କ ଜନ୍ମୋତ୍ସବ ଉପଲକ୍ଷେ କ୍ରୀସ୍ମାସ କ୍ୟାରୋଲ ଉତ୍ସବ ନୃତ୍ୟ, ଗୀତ ସହିତ ପ୍ରେମ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଏନ୍ସିସି ଆର୍ମି ଓ ନାଭାଲ୍ କ୍ୟାଡେଟ୍ମାନଙ୍କର ଗାର୍ଡ ଅଫ୍ ଅନର ମଧ୍ୟରେ ଅତିଥିମାନେ ମଞ୍ଚାସୀନ ହେବା ପରେ ପରିଚାଳନା ସମିତିର ସମ୍ପାଦକ ବିକାଶଚନ୍ଦ୍ର ରାଉତ ପ୍ରଥମେ ଉଦ୍ଘାଟନୀ ପ୍ରାର୍ଥନା ଉତ୍ସର୍ଗ କରିଥିଲେ ।…
