ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ
ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ଜଗତପୁର(ଏନ୍.ଏମ୍.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ସହରତ ତଥା ଉପକଣ୍ଠ ଅଞ୍ଚଳର ରାସ୍ତାକଡ଼ରେ ଥିବା ଦୋକାନବଜାର ଗୁଡ଼ିକୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ କିଛି ଲୋକେ ସମର୍ଥନ କରୁଥିବାବେଳେ ଅନେକ ନିନ୍ଦା କରିଛନ୍ତି । ପ୍ରଶାସନ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଛୋଟ ଛୋଟ ଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବିକା ଭାଙ୍ଗି ଦେଉଥିବା ଭଳି ସଂଗୀନ…
