ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି
ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ମହାନଦୀ ଜିରୋ ପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ରାପଡା କେନାଲ ରାସ୍ତା ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ମୁଖ୍ୟତଃ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମପୁର ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କୃଷ୍ଣେଶ୍ୱର ମନ୍ଦିର ଓ ମୂଖ୍ୟ ବଜାରକୁ ଏହି ରାସ୍ତା ଦେଇ ଶହ…
