ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ
ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ ଭୁବନେଶ୍ୱର(ଏନ୍.ଏମ୍.): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ତେବେ ଆସନ୍ତା କାଲି (ଶନିବାର) ପୂର୍ବାହ୍ନରେ ୮ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ ।…
