ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ
ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ କଟକ(ଏନ୍.ଏମ୍.): ଇନର ହ୍ୱିଲ କ୍ଲବ ମିଡ଼ ଟାଉନ ପକ୍ଷରୁ ସିଟି ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ହୋଇଯାଇଛି । ସିଟି ହସ୍ପିଟାଲ ପ୍ରସୂତି ବିଭାଗ ନିକଟରେ କ୍ଲବ ସଭାପତି ନମିତା କାନୁନଗୋଙ୍କ ସହଯୋଗରେ ଏହି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗଦେଇଥିଲେ…
