ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କୟଳପଡା ଗ୍ରାମ ପଞ୍ଚାୟତ ଢିଅ ସାହିର ମାନସ ବାରିକଙ୍କ ଶିଶୁ ପୁତ୍ର ଶିବଶଙ୍କର ବାରିକ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଆର୍ଥିକ ଦୁରବସ୍ଥା ଯୋଗୁଁ ଶିଶୁଟିର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏହି ଖବର ଶୁଣିବା…

Read More

ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ

ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ଆନୁକୂଲ୍ୟରେ ବାବାସାଗର ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ କରୋନା କଟକଣା ଅନୁପାଳନ ପୂର୍ବକ ଚାରାରୋପଣ କରିଥିଲେ । ପୂର୍ବତନ କର୍ପୋରେଟର ତଥା ଜୀବନ ବିନ୍ଦୁ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳଙ୍କ ସହଯୋଗରେ ରାଜ୍ୟସଭା ସାଂସଦ ସୁବାସ ସିଂହ, ଓଡ଼ିଶା ମୋ’ ପରିବାର ଆବାହକ ଅରୁପ…

Read More

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ୯୨ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ସି-୧୩୦ ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି…

Read More

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ କଟକ(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀର ପ୍ରକୋପ କ୍ରମଶଃ ହ୍ରାସ ପାଇ ସରକାରଙ୍କ ତରଫରୁ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆମ କଟକ ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣ ସ୍ଥିତି ପୂର୍ବ ପରି ରହିଛି । ଏଥିପାଇଁ ଜନସାଧାରଣଙ୍କ ସଚେତନତାର ବିଶେଷ ଗୁରୁତ୍ୱ ରହିଛି । ତେଣୁ ଆଜି କଟକ ସହରାଞ୍ଚଳ-୨ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ୧୦ନମ୍ବର ୱାର୍ଡର ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର…

Read More

ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ ବି କେହି କରିବେନି ରଥ ଦର୍ଶନ

ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ ବି କେହି କରିବେନି ରଥ ଦର୍ଶନ ପୁରୀ (ଏନ୍‍.ଏମ୍‍.) : ଆସନ୍ତା ଜୁଲାଇ ୧୨ତାରିଖରେ ପାଳନ ହେବ ଶ୍ରୀଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ତେବେ କରୋନା ଯୋଗୁଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କୌଣସି ଶ୍ରଦ୍ଧାଳୁ ଯୋଗଦେବେ ନାହିଁ । ରଥଯାତ୍ରା ଦେଖିବା ପାଇଁ କେହି ଏକାଠି ହୋଇ ପାରିବେ ନାହିଁ । ଏଭଳି କଟକଣା ଲଗାଇଛି ପ୍ରଶାସନ । ଚଳିତ…

Read More

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ ନୂଆଦିଲ୍ଲୀ (ଏଜେନ୍ସି): ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ । ବରିଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଗତ ୨୨ ବର୍ଷ ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଖେଳୁଥିବା ମିତାଲି ରାଜ୍‌ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ପୁଣି ୩ ଆନ୍ତର୍ଜାତିକ କ୍ରିକେଟର ଶିଖର ଧାୱନ, କେ.ଏଲ୍‌….

Read More

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା କଟକ(ଏନ୍‌.ଏମ୍‌.): କଟକ ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଏହାକୁ ପାଳନ କରାଯାଉନଥିବା ଯୋଗୁଁ ବାଧ୍ୟ ହୋଇ ପ୍ରଶାସନ ଜୋରିମାନା ଆଦାୟ କରୁଛି । କରୋନା କଟକଣାକୁ ଉଲ୍ଲଙ୍ଘନ କରାଯିବା ଅଭିଯୋଗରେ ସିଏମସି ପକ୍ଷରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଆଜି ସହରରେ ଏକ ବିବାହ ଭୋଜିରେ…

Read More

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାକୁ ଶୀଘ୍ର ଆସିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ ବିମାନ । ‘ଡାକୋଟା’କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ‘ଡାକୋଟା’ ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଛି ।…

Read More

ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ

ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ କଟକ(ଏନ୍‌.ଏମ୍‌.): କଟକ ସଦର ଉପଖଣ୍ଡ ଅଧୀନ ୨୭.୫ କିଲୋମିଟର ଦୈର୍ଘ୍ୟ ମୃତ ସୁକପାଇକା ନଦୀ ଏବଂ ସେରୁଆ ବାମ ଅବବାହିକା ୧୩.୧୨ କିଲୋମିଟର ଦୈର୍ଘ୍ୟ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଆଲୋଚନା ହୋଇଛି । ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମହାନଦୀରୁ ବାହାରିଥିବା…

Read More

ଜବରଦଖଲକାରୀଙ୍କ କବ୍‌ଜାରେ ଗ୍ରାମ୍ୟରାସ୍ତା, ସମସ୍ୟାରେ ଗ୍ରାମବାସୀ

ଜବରଦଖଲକାରୀଙ୍କ କବ୍‌ଜାରେ ଗ୍ରାମ୍ୟରାସ୍ତା, ସମସ୍ୟାରେ ଗ୍ରାମବାସୀ ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଗ୍ରାମ୍ୟରାସ୍ତା ଜମିକୁ ଜବରଦଖଲ କରିଥିବାରୁ ହୋଇପାରୁନି ରାସ୍ତାକାମ । ଯାହାଦ୍ୱରା ଅସୁବିଧା ଭୋଗୁଛନ୍ତି ଗାଁର ଶହେରୁ ଅଧିକ ପରିବାର । ଜବର ଦଖଲକାରୀ ପ୍ରଭାବଶାଳିବ୍ୟକ୍ତି ହୋଇଥିବାରୁ ଅଭିଯୋଗ କଲେବି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ସଫା ପଂଚାୟତ ହରିଡାପାଳ ଗାଁରୁ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ଗାଁର ସମସ୍ତ ଲୋକେ । କାରଣ ଏହି ଗାଁର…

Read More

ଚୋରା କାଠ ବୋଝେଇ ଭ୍ୟାନ୍ ଜବତ, ଜଣେ ଗିରଫ

ଚୋରା କାଠ ବୋଝେଇ ଭ୍ୟାନ୍ ଜବତ, ଜଣେ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସଫା ଅଞ୍ଚଳରୁ ଚେରା ଶାଗୁଆନ୍ କାଠ ଗଣ୍ଡି ବୋଝେଇ କରି କଟକ ଅଭିମୁଖେ ଯାଉଥିବା ଏକ ବୋଲେରୋ ପିକ୍‌ଅପ୍ ଭ୍ୟାନ୍‌କୁ ଚୌଦ୍ୱାର ପୋଲିସ ଜବତ କରିଛି ।ପୋଲିସ ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଏସ୍ ଆଇ ପାର୍ଥ ପ୍ରତିମ ବେଉରା ଥାନା କର୍ମଚାରୀଙ୍କ ସହିତ କୋଭିଡ଼ ଡିଉଟି କରୁଥିବାବେଳେ ଏକ ଗାଡ଼ିରେ ଚୋରା କାଠ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ୫୫…

Read More

ଘନଘନ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ

ଘନଘନ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ ହେତୁ ଜନ ଜୀବନ ଅତିଷ୍ଟ ହୋଇ ପଡ଼ିଲାଣି । ଆକାଶରେ ମେଘ ଉଠିଲେ କିମ୍ବା ସମାନ୍ୟ ପବନ ବୋହିଲେ ଲାଇନ୍ କାଟି ଦିଆ ଯାଉଥିବାବେଳେ ବିନା କାରଣରେ ଦିନକୁ ବାରମ୍ବାର ବିଦ୍ୟୁତ୍ କଟିବା ନିତିଦିନିଆ ଘଟଣା ହେଲାଣି ।ଗତ କିଛିଦିନ ହେଲା ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଜୁଳିକାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି ।ବିଦ୍ୟୁତ୍ କାଟ ଫଳରେ ବିଶେଷକରି…

Read More