୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

News by Basanta Ratha (Cuttack)

#କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ନେଇ ଗତ ନଭେମ୍ବର ୨୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । କର୍ମଚାରୀଙ୍କର ଦୀର୍ଘଦିନ ଆନ୍ଦୋଳନ ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା କାର୍ଯ୍ୟକ୍ରମ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି କଟକଜିଲ୍ଲା ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିଗୁଡ଼ିକ ମଧ୍ୟରେ ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଯେତେ ଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ହଜାର ଟଙ୍କା ପ୍ରଦା, ଇପିଏଫ, ଇଏସ୍‌ଆଇସି ଓ ଗ୍ରାଚ୍ୟୁଟିରେ ସାମିଲ୍ କରାଯିବା, ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ, ଅଙ୍ଗନୱାଡ଼ି କର୍ମଚାରୀ ମିନି ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକାଙ୍କୁ ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନ୍‌ସନ୍ ମାସିକ ୫ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣକୁ ଚାକିରୀ ଦିଆଯିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଇ ଓ ପୋଷଣ ଟ୍ରାକ୍‌ରେ ଅନ୍ ଲାଇନ୍ ଲୋକେସନ୍ ବନ୍ଦ କରାଯିବା ସହିତ ୨୦୧୮ମସିହାରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଛୁଟିକୁ ଲାଗୁ କରାଯିବା, ନୂତନ ଶିକ୍ଷାନୀତିରେ ଅବିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯିବା, ୫୦ ଶତକଡ଼ା ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବାବେଳେ ଆଉ ୫୦ ଶତକଡ଼ା ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ପ୍ରମୁଖ ଦାବି ଅଟେ । ଏହି କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ କଟକ ଜିଲ୍ଲା ସଭାନେତ୍ରୀ ପ୍ରମିଳା ଦାସ, ସମ୍ପାଦିକା ପୁଷ୍ପଲତା ମହାନ୍ତି, କୋଷାଧ୍ୟକ୍ଷା ସ୍ୱର୍ଣ୍ଣଲତା ସାହୁ, ଭାରତୀୟ ମଜଦୁର ସଂଘ ରାଜ୍ୟ ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ଉପସଭାପତି ତଥା ଆଇନଜୀବୀ ରମାକାନ୍ତ ସାହୁ, ଝୁନୁ ମହାନ୍ତି, ଟୁନାରାଣୀ ମହାନ୍ତି, ସୁହାଗିନୀ ଖଟୁଆ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ