୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

ଫଟୋ- ପଦ୍ମଲୋଚନ ମିଶ୍ର

ନରସିଂହପୁର(ଏନ୍‌.ଏମ୍‌.): ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ମିଳିଥିବ ସୂଚନା ଅନୁସାରେ, ଆଇଁସିଆ ଗାଁର ନବ କିଶୋର ନାୟକ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଥାନାରେ ମାମଲା ଚାଲିଛି । ଏହି ମାମଲାର ସମାଧାନ ପାଇଁ ନବ କିଶୋରଙ୍କୁ ଆଇଆଇସି ଶ୍ରୀ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନବ କିଶୋର ଏ ସମ୍ପର୍କରେ ଭିଜିଲାନ୍ସକୁ ଖବର ଦେଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ସେ ଆଇଆଇସିଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଆଉ ଏହା ପରେ ୧୫ ଜଣିଆ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ପରେ ଅଲେଖଙ୍କ ଥାନା ଅଫିସ୍‌, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି