ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ

ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ

କଟକ(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲେ ମଧ୍ୟ ସିଏମସି ଖାଦ୍ୟସାମଗ୍ରୀ ନଦେବା ଭଳି ସାଂଘାତିକ ଅଭିଯୋଗ ଉଠିଛି । ସିଡ଼ିଏ, ସେକ୍ଟର-୬ ସ୍ଥିତ ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ସିଏମସି ପକ୍ଷରୁ କାଠଯୋଡ଼ି ବିହାର ସମେତ ପ୍ରାୟ ୪ଟି ବସ୍ତିର ଲୋକମାନଙ୍କୁ ୨୫ ତାରିଖ ରାତିରୁ ଉକ୍ତ ସ୍କୁଲରେ ଆଶ୍ରୟ ଦେଇଥିଲେ । କିନ୍ତୁ ଆଜି ଦିବା ୩ଘଟିକା ପର୍ଯ୍ୟନ୍ତ ସିଏମସି ପକ୍ଷରୁ ରନ୍ଧାଖାଦ୍ୟ ବା ଶୁଖିଲା ଖାଦ୍ୟ ଦିଆନଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଫଳରେ ସେଠାରେ ଆଶ୍ରୟ ନେଇଥିବା ବସ୍ତିବାସିନ୍ଦା ହୋ ହଲ୍ଲା କରି କଟକ ମହାନଗର ନିଗମର ଗୋଷ୍ଠୀ ସଂଗଠିକାକୁ ଗାଳିଗୁଲଜ କରିଥିଲେ । ଏଥିସହିତ ସେଠାରୁ ପଳାଇ ଯିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ମର୍କତ ନଗର ଥାନାର କିଛି କର୍ତ୍ତୃପକ୍ଷ ସେଠାରେ ଉପସ୍ଥିତ ରହି ସେମାନଙ୍କୁ ବୁଝାସୁଝା କରିବା ସହ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।୬ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ ଓ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଆଇନଜୀବୀ ଗଦାଧର ସାହୁଙ୍କ ଅନୁରୋଧ କ୍ରମେ କଟକ ମାରୱାଡ଼ି ସମାଜ ପକ୍ଷରୁ ସମସ୍ତଙ୍କୁ ରନ୍ଧାଖାଦ୍ୟ ରମଣ ବାଗେଡ଼ିଆ, ଶରତ ସାଙ୍ଗନେରିଆ ଓ ସଭାପତି କିଶନ ମୋଦି ଉପସ୍ଥିତ ରହି ବଣ୍ଟନ କରିଥିଲେ । ସନ୍ଧ୍ୟାରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମର୍କତ ନଗର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାହୁଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ