ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର


ଚୌଦ୍ୱାର (ଏନ୍‌.ଏମ୍‌.): ସମ୍ପ୍ରତି କରୋନା ଚିକିତ୍ସା ପାଇଁ ରକ୍ତର ଯଥେଷ୍ଟ ଆବଶ୍ୟକତା ଥିବାବେଳେ ରକ୍‌ତ ସଂକଟ ସୃଷ୍ଟି ହୋଇଛି । ବିଶେଷ କରି ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ମିଳୁନାହିଁ । ତେଣୁ ଏହି ରକ୍ତ ସଂକଟକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ହିନ୍ଦୁସେନା । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ସ୍ଥିତ କୟଳପଡ଼ା ଗ୍ରାମପଞ୍ଚାୟତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ଅଭାବରୁ କୌଣସି ଲୋକର ଯେଭଳି ଜୀବନ ନଯିବ ସେଥିପାଇଁ ଏହି ଅନୁଷ୍ଠାନ ତତ୍ପରତା ପ୍ରକାଶ କରିଛି । ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ ଏବଂ କଟକ ଜିଲ୍ଲା ସଭାପତି ଆଶିଷ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଆୟୋଜିତ ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱନାଥ ଦାସ, ଦିପ୍ତୀରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ