ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ହୋଇ ପାରୁନି ସମାଧାନ । ଏହି ନମ୍ବରପ୍ଲେଟ ପ୍ରସ୍ତୁତ କରିବା ଏବଂ ଲଗାଇବା କ୍ଷେତ୍ରରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ହଜାର ହଜାର ଗାଡ଼ିମାଲିକ ହଇରାଣ ହେଉଛନ୍ତି । ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ଏସବୁ ସମସ୍ୟାର ସମାଧାନ କରାନଯାଇ ନିର୍ଦ୍ଦେଶ ଦେଇଦେବା ଏବଂ ଜୋରିମାନା ଆଦାୟ କରିବା ନୀତିକୁ ବିରୋଧ କରାଯିବା ସହ ମାମଲା ହାଇକୋର୍ଟରେ ବିଚାରଧିନ ରହିଛି । ତେବେ ପୁଣି ଥରେ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ପୁଣି ମାସେ ମହଲତ ମିଳିଛି । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର ।
ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । କୌଣସି ପ୍ରାକ୍ ପ୍ରସ୍ତୁତି ନକରି ରାଜ୍ୟ ସରକାର ତରବରିଆ ଭାବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ (ଏଚଏସଆରପି) ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିପାଇଁ ଅନଲାଇନ ଆବେଦନ କରିବାକୁ କୁହାଯାଇଥିଲା । ଏପରିକି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ନମ୍ବର ପ୍ଲେଟ ନଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ ବୋଲି ରାଜ୍ୟସରକାର ଚେତାବନି ଦେଇଥିଲେ । ଏହାପରେ ଛାନିଆ ହୋଇ ପଡ଼ିଥିବା ନିରୀହ ଲୋକେ ଅନ୍ଲାଇନରେ ଆବେଦନ କରିବା ପାଇଁ ଲୋକମାନେ ନାକେଦମ୍ ହେଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ । ପ୍ରଥମେ ୧, ୨, ୩, ୪ ନମ୍ବର ବିଶିଷ୍ଟ ଗାଡ଼ିର ସମୟ ସୀମାକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ପରେ ନଭେମ୍ବର ୩୦ ଓ ଏବେ ଡିସେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଅନ୍ୟ ନମ୍ବର ବିଶିଷ୍ଟ ଗାଡ଼ିର ଅବଧି ବି ଆପେଆପେ ବଢ଼ିଯିବ ବୋଲି ଜଣାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ