ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା


ବାଲେଶ୍ୱର/କଟକ(ଏନ୍‌.ଏମ୍‌.): ବ୍ୟବଛେଦ ପରେ ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର ହୋଇଛି । ତେବେ ବ୍ୟବଛେଦ ସମୟରେ ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି । ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି । ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା । ଏନେଇ ବାଲେଶ୍ୱର ଏଡିଏମ୍‌ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ମାଜିଷ୍ଟ୍ରେଟ୍ ଓ ପୁଲିସ୍ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା । ବ୍ୟବଛେଦ ସମୟରେ ହାଇଦର ପକେଟରୁ ଏକ ଫୋନ୍ ଡାଇରୀ ଜବତ ହୋଇଛି । ଗତ କାଲି ପୁଲିସ ଏନକାଉଣ୍ଟର ସମୟରେ ତା ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ଏପଟେ ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଏହି ଯାଞ୍ଚବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ତଦନ୍ତ କରିଥିଲା । ଏନକାଉଣ୍ଟର ସ୍ପଟରୁ ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ବାଲେଶ୍ୱର ଏସଡିପିଓ ଶ୍ରୀହର୍ଷ ମିଶ୍ର, ଅତିରିକ୍ତ ଡିସିପି ପ୍ରମୋଦ ରଥ ସ୍ପଟରେ ତଦନ୍ତ କରିଛନ୍ତି । ଗତକାଲି ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିଲା । ସେ ପରିସ୍ରା ଯିବା ବାହାନାରେ ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା । ତେବେ ବାଧ୍ୟହୋଇ ପୁଲିସ ଗୁଳି କରିଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ