ହରିଓଁ ସ୍ମାଇଲର ଶିକ୍ଷାତ୍ମକ କାର୍ଯ୍ୟକ୍ରମ: ‘ହସ ମାଧ୍ୟମରେ ଆତ୍ମା ପରମାତ୍ମା ସହ ଯୋଡ଼ି ହୋଇ ପାରିବ’

#କଟକ(ଏନ୍.ଏମ୍.): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁଖ ,ଶାନ୍ତି, ସୁସ୍ଥ ଓ ଆନନ୍ଦ ଉଲ୍ଲାସରେ ରହିବାକୁ ଚାହାଁନ୍ତି, କିନ୍ତୁ ତାହା ସହଜରେ ହୋଇ ପାରେନି । ସାରା ଜୀବନ ଖୁସି ଖୋଜି ଖୋଜି ସମୟ ଅତିବାହିତ କରିଦିଅନ୍ତି । ମାତ୍ର ତାହା ସମ୍ଭବ ନହେବାରୁ ବହୁତ ଦୁଃଖ ଅନୁଭବ କରନ୍ତି । ହରିଓଁ ସ୍ମାଇଲ ସେହି ଅସମ୍ଭବକୁ ସମ୍ଭବ କରି ଦେଇ ପାରିବ । ମଣିଷ ହସିବା ଦ୍ୱାରା ଶରୀର ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ବର୍ଦ୍ଧିତ ହୋଇ ଥାଏ । ଯାଦୁକର ଯେପରି ଯାଦୁ ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରି ଦେଖାଇବାକୁ ସକ୍ଷମ ହୋଇ ଥାଏ । ସେହିପରି ମୋନିକା ସିଙ୍ଘଲ୍ ହସିବା ପଦ୍ଧତି ମାଧ୍ୟମରେ ପ୍ରତ୍ୟେକ ମଣିଷକୁ ବ୍ଲଡସୁଗାର, ରକ୍ତଚାପ, ହୃଦଘାତ ପରି ଭୟଙ୍କର ରୋଗରୁ ମୁକ୍ତ କରାଇ ଆମକୁ ସୁଖ ଶାନ୍ତି ଓ ଆନନ୍ଦ ଉଲ୍ଲାସ ଦେବାରେ ସକ୍ଷମ ହୋଇ ପାରିଛନ୍ତି । ବଞ୍ଚିଥିବା ସମୟରେ ଆଜି ଯୁବ ସମାଜ ବିଭିନ୍ନ ଚିନ୍ତା, ରାଗ, ଈର୍ଷା ଓ ହିଂସା ପରାୟଣ ହୋଇ ବହୁତ ଭୟଭୀତ ହୋଇଥାଏ । ଏସବୁଠାରୁ ଦୂରେଇବା ପାଇଁ ମୋନିକା ସିଙ୍ଘଲ୍ କଟକସ୍ଥିତ ସହିଦ ଭବନ ଠାରେ ମାର୍ଚ୍ଚ ୧୭ ଓ ୧୮ତାରିଖ ଦୁଇ ଦିନିଆ ଶିକ୍ଷାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ହସିବା ଦ୍ୱାରା କେମିତି ଆମେ ସୁସ୍ଥ ଓ ନିରୋଗ ରହି ପରମାତ୍ମା ସହିତ ସଂପର୍କ ସ୍ଥାପନ କରି ପାରିବା, ସେ ବିଷୟରେ ଆଲୋଚନା କରିଥିଲେ ଏବଂ ବହୁ ଲୋକଙ୍କୁ ଏହି କାର୍ଯ୍ୟକ୍ରମ କରି କାହାଠାରୁ ଦୂର ରହିବା ଆଉ କାହାକୁ ଆପଣେଇବା ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଟକ ସିଏମ୍ସିର ମେୟର ସୁବାସ ସିଂହ, ବିଜେଡି ମହିଳା ସମିତିର ଉପସଭାପତି ସମ୍ପତ୍ତି ମୋଡା, ବିକାଶ ଚାପୁଳିଆଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।