ସ୍ୱାମୀକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ;

ସ୍ୱାମୀକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ;

ସ୍ୱାମୀକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ;

ନ୍ୟାୟ ଦାବିରେ ଏସପି ଅଫିସ ସମ୍ମୁଖରେ ଧାରଣା !

News by Ananda prasad Rout (Bhadrak)

#ଭଦ୍ରକ(ଏନ୍‍.ଏମ୍‍.): ବାପ ଘରକୁ ଯାଇଥିବା ବେଳେ ଶାଶୁଘର ଲୋକେ ସ୍ୱାମୀକୁ ମାରିଦେଲେ, ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ସିନ୍ଦୋଳ ପଞ୍ଚାୟତ ଅରୁଆ ଗ୍ରାମର କମଳାକାନ୍ତ ବେହେରାଙ୍କ ପୁଅ ହୃଷିକେଶ ବେହେରା ଦୀର୍ଘ ୮ବର୍ଷ ତଳେ କେନ୍ଦ୍ରାପଡ଼ା ଜିଲ୍ଲାର ବଲୁରିଆ ଗ୍ରାମର ପୁର୍ଣ୍ଣଚନ୍ଦ ବେହେରା ଙ୍କଝିଅ ସୁଜାତାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ହସ ଖୁସିର ସଂସାର ଠିକ୍‍ ଠାକ୍‍ ଚାଲିଥିଲା । ହେଲେ ସ୍ୱାମୀ ହୃଷିକେଶ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତଖାନା ନିଆଯାଇଥିଲା । ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ହୃଷିକେଶ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେବେ ଏହା ବ୍ୟୟସାପେକ୍ଷ ଚିକିତ୍ସା ହୋଇଥିବାରୁ ସୁଜାତା କେଉଁଠୁ ଅର୍ଥ ଯୋଗାଡ଼ କରି ନପାରି ଗତ ଜାନୁୟାରୀ ୨୨ ତାରିଖ ଦିନ ନିଜ ବାପ ଘରକୁ ସ୍ୱାମୀର ଚିକିତ୍ସା ପାଇଁ କିଛି ଅର୍ଥ ଆଣିବା ପାଇଁ ଯାଇଥିଲେ । କିନ୍ତୁ ହଠାତ୍ ସେହି ଦିନ ରାତିରେ ତାଙ୍କ ସ୍ୱାମୀଙ୍କର ମୃତ ଖବର ପଡୋଶୀଙ୍କ ଠାରୁ ସୁଜାତା ଶୁଣିବାକୁ ପାଇଥିଲେ । ଖବର ପାଇବା ପରେ ସୁଜାତା ଶାଶୁଘରକୁ ଆସି ପହଞ୍ଚିଥିଲେ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଶାଶୁଘର ଲୋକେ ଦେଖିବାକୁ ନଦେବା, ଶୁଦ୍ଧିକ୍ରିୟାରେ ସାମିଲ ନକରିବା ଓ ଆଗରୁ ମଧ୍ୟ ତାଙ୍କୁ ଚିକିତ୍ସା କରୁନଥିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସୁଜାତା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ୱାମୀ ହୃଷିକେଶକୁ ଶାଶୁଘରଲୋକେ ହତ୍ୟା କରିଛନ୍ତି ବୋଲି ସୁଜାତା ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ଥାନାରେ ସୁଜାତା ଅଭିଯୋଗ କରିଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ଯୋଗୁଁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣାରେ ବସିଛନ୍ତି । ତେବେ ଦେଖିବାକୁ ବାକି ରହିଲା ତାଙ୍କୁ ପୁଲିସ କେବେ ନ୍ୟାୟ ଦେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ