ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର(ଏନ୍.ଏମ୍.): ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସାମ୍ବାଦିକମାନଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ ଦିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୮ ଓ ୯ତାରିଖରୁ ଏହି ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ । ପୂର୍ବରୁ ଗତ ମେ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା । ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଟିକା ଦିଆଯିବ । ଏ ନେଇ ସୂଚନା ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ କୋୱିନ୍ ଆପ୍ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ । ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ । ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ । ଅନ୍ୟପଟେ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ ଟିକା ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ । ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ବିଏମସି ଅତିରିକ୍ତ କମିଶନର ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ମାତ୍ର ଦ୍ୱୈତ ନଗରୀ କଟକରେ ସାମ୍ବାଦିକମାନଙ୍କୁ କେବେ ଟିକା ଦିଆଯିବ ସେ ନେଇ ସିଏମସି କମିଶନରଙ୍କ ଠାରୁ କୌଣସି ସୂଚନା ମିଳି ପାରି ନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ