ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେଲେ ଇଲେକ୍ସନ କମିଶନର

ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେଲେ ଇଲେକ୍ସନ କମିଶନର

ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେଲେ ଇଲେକ୍ସନ କମିଶନର


#ନୂଆଦିଲ୍ଲୀ(ଏଜେନ୍ସି): ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି । ଖାଲି ପଡ଼ିଥିବା ୨ ଜଣ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ମିଳିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସରକାରୀସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଦୁଇ ଜଣ ପ୍ରଶାସନିକ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କୁ ଇଲେକ୍ସନ କମିଶନର କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ କମିଶନର ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ଅଧୀର ରଞ୍ଜନ ଚୌଧୁରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ୨୧୨ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଏହି ଦୁଇ ଜଣଙ୍କୁ ବଛାଯାଇଛି । ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଗତ ମାସରେ ଶେଷ ହୋଇଥିଲା । ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ପଡିଥିଲା । ଏହାର କିଛି ଦିନ ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ । ଦୁଇଟି ପଦବୀ ଖାଲି ପଡିଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଣେ ମନ୍ତ୍ରୀ ଏବଂ ଜଣେ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ ବସିଥିଲା, ଯେଉଁଥିରେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୁନଶ୍ଚ ବିରୋଧୀ ଦଳ ନେତା ଶ୍ରୀ ଚୌଧୁରୀ ଏହି ନିଯୁକ୍ତିକୁ ନେଇ ସନ୍ତୁଷ୍ଟ ନଥିବା କହିଛନ୍ତି । ସେ କହିଛନ୍ତି ଯେ, ସଂଖ୍ୟାଗରିଷ୍ଠତା ବଳରେ ମୋଦୀ ସରକାର ନିଜେ ଚାହୁଁଥିବା ଅଧିକାରୀଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ତେବେ ଏହି ଚୟନ ପ୍ୟାନେଲରେ ଭାରତର ପ୍ରଧାନ ବିଚାରପତି ରହିବାର ନିୟମ ଥିଲେ ମଧ୍ୟ ତାଙ୍କୁ ରଖାନଯିବା ଅନୁଚିତ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯିବ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ