ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା

ସିଡିଏର ୧୩୨ତମ ବୈଠକ: ବୃଦ୍ଧି ପାଇବ ପରିସୀମା, ରାଜସ୍ୱ ଆଦାୟ ପାଇଁ ନିୟୋଜିତ ହେବେ ମିଶନଶକ୍ତି ମହିଳା

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଏକାଧିକ ଉନ୍ନୟନ କାର୍ଯ୍ୟ ସହ ସଂସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ସିଡିଏର ୧୩୨ତମ ବୈଠକରେ ଆଲୋଚନା ହୋଇଥିଲା । ସିଡିଏ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ଏକ ‘ସିଟିଜେନ୍ ସେଣ୍ଟ୍ରିକ ସର୍ଭିସ୍‌’ ବ୍ୟବସ୍ଥା କରାଯିବା ସକାଶେ ପ୍ରସ୍ତାବ ଗ୍ରହଣ କରାଯାଇଛି । ସେଥିପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗରେ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଲୋକଙ୍କୁ ସହଜରେ ସେବା ଯୋଗାଇ ଦିଆଯିବ ବୋଲି ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ କହିଛନ୍ତି । ଯାହା ଫଳରେ ଲୋକମାନେ ଅନଲାଇନରେ ସେମାନଙ୍କର ଦେୟ, ଅଭିଯୋଗ ଓ ସୂଚନା ଅଧିକାର ସମ୍ପର୍କିତ ତଥ୍ୟ ଆଦି ପାଇପାରିବେ । ସିଡିଏ ଅଧୀନରେ ଥିବା ଅଞ୍ଚଳର ପରିସୀମା ବୃଦ୍ଧି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସହରର ପାଶ୍ୱର୍ବର୍ତ୍ତୀ ୧୪୫ଟି ଗ୍ରାମକୁ ଏଥିରେ ସାମିଲ କରାଯିବ । ସେକ୍ଟର ୧୨ ଓ ୧୩ ବିଜୁ ପଟ୍ଟନାୟକ ପାର୍କର ଦକ୍ଷିଣ ପାଶ୍ୱର୍ ଜମି ଓ ପେଟାନାଳ ନିକଟରେ ଥିବା ୨.୮୩ ଏକରକୁ ପ୍ଲଟିଂ କରାଯାଇ ଆବଣ୍ଟନ ପାଇଁ ଚିହ୍ନଟ କରାଯିବ । ଏତଦ୍ ବ୍ୟତୀତ ସେକ୍ଟର-୬ରେ ସିଡିଏର ନୂତନ ମୁଖ୍ୟ କାର୍ଯ୍ୟାଳୟ ପାଇଁ ଏକ ୬ ମହଲା ବିଶିଷ୍ଟ ସୌଧ ନିର୍ମାଣ କରାଯାଇ ଅରୁଣୋଦୟ ନଗର କମ୍ପେ୍ଲକ୍ସକୁ ପୁନଃ ନିର୍ମାଣ ପରେ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ତେବେ ରାଜସ୍ୱ ବୃଦ୍ଧି ନିମନ୍ତେ ଅଧିକ ଗୁରୁତ୍ୱ ଦିଆଯିବ ଓ ପ୍ରଥମ ଥର ପାଇଁ ମିଶନ ଶକ୍ତି ମହିଳାମାନଙ୍କୁ ନିୟୋଜିତ କରାଯାଇ ବିଭିନ୍ନ ପ୍ରକାର ଦେୟ ଆଦାୟ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଅବସରରେ ଛୋଟ ଛୋଟ ତ୍ରୁଟି ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ୧୫୫ ଜଣଙ୍କ ଅଭିଯୋଗକୁ ନିୟମର ସରଳୀକରଣ କରାଯାଇ ସମାଧାନ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ସିଏମସି ମେୟର ସୁବାସ ସିଂହ, ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ସିଡିଏ ସଚିବ, ଫାଇନାନ୍ସ ମେମ୍ବର, ପ୍ଲାନିଂ ମେମ୍ବର, ଇଂଜିନିୟରିଂ ମେମ୍ବର ଓ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ