ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ

News by Kanhu charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରସ୍ଥିତ ନଜରପୁର ଛକ ଠାରୁ ସବର ସାହି କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରସସ୍ଥି କରଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଛି । ସିଏମସି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଦୋକାନ ଓ ଘର ଗୁଡିକ ଡ୍ରେନ ନିର୍ମାଣରେ ବାଧା ସୃଷ୍ଟି କରୁଥିଲା ସେ ସବୁକୁ ଏକ ଡୋଜର ଦ୍ୱାରା ଭଙ୍ଗା ଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଜବର ଦଖଲରେ ଥିବା ପ୍ରାୟ ୧୫ ଗୋଟି ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି । ତେବେ ବିନା ମାପଚୁପରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିବାକୁ ନେଇ କିଛି ସ୍ଥାନୀୟ ଲୋକେ ବିରୋଧ ବି କରିଥିଲେ । ଯାହା ଫଳରେ ଏହି ଉଚ୍ଛେଦ ପକ୍ରିୟା ଅଧାରୁ ସ୍ଥଗିତ କରାଗଲା । ଅଞ୍ଚଳବାସୀଙ୍କ କହିବାନୁଯାୟୀ ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ନୋଟିସ ତା ପରେ ରାସ୍ତା ଘାଟ ମାପ କରି ଭଙ୍ଗାଯାଏ । କିନ୍ତୁ ଗୋଟିଏ ଦିନ ପୂର୍ବରୁ ମାଇକ ପ୍ରଚାର କରାଯାଇ ତା’ ପର ଦିନ ଡୋଜର ଲଗାଇ ଦୋକାନ ବଜାର ଘର ଦ୍ୱାର ଓ ପାଚେରୀ ଭାଙ୍ଗି ଦିଆଯିବା ପ୍ରଶାସନର ଦାଦାଗିରି ବୋଲି ଅଭିଯୋଗ ଉଠିଛି । ତେଣୁ ଅଚାନକ ଉଚ୍ଛେଦ ଫଳରେ ଲୋକଙ୍କର ଯେଉଁ କ୍ଷୟ କ୍ଷତି ହେଲା ତାହାକୁ କିଏ ପୂରଣ କରିବ ବୋଲି ସ୍ଥାନୀୟ ଲୋକେ ମୁନସିପାଲଟି ଅଧିକାରୀଙ୍କ ସହ ଯୁକ୍ତି ବାଢିଥିଲେ । ଏହାପରେ ଉଚ୍ଛେଦ ପ୍ରକିୟା ସ୍ଥଗିତ କରାଯାଇଥିଲା । ଗତ କାଲି ପୁଣି ଏହି ଉଚ୍ଛେଦ ଆରମ୍ଭ ହେବ ବୋଲି ସିଏମସି ଜଗତପୁର ୱାର୍ଡ ଅଫିସର ପିତାମ୍ବର ମଲ୍ଲିକ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ