ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା: ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା: ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା

ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସିଏମସିରେ ଏବେ ଅଶାନ୍ତି ରାଜ କରୁଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ବିରୋଧୀ କର୍ପୋରେଟରମାନେ ଅହୋରାତ୍ର ଧାରଣାରେ ବସିଥିବାବେଳେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ସେହିଭଳି ସିଏମସିରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଛି । ସହରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ମେୟର ଏବଂ ଅଫିସରମାନେ ମନମୁଖୀ ଭାବେ କରୁଥିବାବେଳେ ଏଥିରେ ପ୍ରବଳ ଦୁର୍ନୀତି ହୋଇଥିବା ବିରୋଧୀ କର୍ପୋରେଟରମାନେ ଅଭିଯୋଗ ଆଣିଛନ୍ତି । ଏପରିକି କଟକ ସହରବାସୀଙ୍କ ଉନ୍ନତିମୂଳକ ତଥା ବିକାଶ ମୂଳକ କାମ ଚାଲିଥିବା ବୋଲି ଡିଣ୍ଡିମ ପିଟୁଥିବାବେଳେ ଏଠାରେ ବିକାଶ ବଦଳରେ ବିନାଶ ମୁଖୀ କାର୍ଯ୍ୟ ଚାଲିଥିବା ଧାରଣାରତ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି । ତେବେ ମେୟର ଓ ସିଏମସିର ଅଧିକାରୀମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଦ୍ୱାରା ରାଜକୋଷକୁ ଲୁଣ୍ଠନ କରାଯାଉଛି ବୋଲି ବିରୋଧୀମାନେ କହିବା ସହ ବାଲିଯାତ୍ରା ସମୟରେ ମନଇଛା ନିଜ ସମ୍ପର୍କୀୟ ତଥା ସମର୍ଥକଙ୍କୁ କାମ ବାଣ୍ଟିଦେବା ଏହାର ଏକ ବଳିଷ୍ଟ ପ୍ରମାଣ ବୋଲି ବିରୋଧୀ କର୍ପୋରେଟରମାନେ ଅଭିଯୋଗ କରିବା ସହ ଏମାନଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି । ତେବେ ଦାବି ପୂରଣ ନିମନ୍ତେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ କଂଗ୍ରେସ କର୍ପୋରେଟର ଅହୋରାତ୍ର ଧାରଣା ଦେଇଛନ୍ତି । ଗତକାଲି ରାତିରେ ଘଟଣାସ୍ଥଳରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ । ତେବେ ଦୀର୍ଘ ୨୪ ଘଣ୍ଟା ରୁ ଅଧିକ ସମୟ ଧାରଣରେ ବସିବା ପରେ ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ ମଧ୍ୟ ଧାରଣା ରତ କର୍ପୋରେଟର ମାନେ ନିଜ ଜିଦରେ ଅଟଳ ରହିଥିଲେ । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି କହିଥିଲେ । ସେହିଭଳି ସିଏମସିର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଡି.ଆର. ତ୍ରିପାଠୀଙ୍କୁ ବଦଳି, ବିନା ବିରୋଧୀଙ୍କ ଉପସ୍ଥିତିରେ ପାରିତ ହୋଇଥିବା ବିଲକୁ ପ୍ରତ୍ୟାହାର କରିବା ଓ ବିଧାୟକ ମୋକିମଙ୍କୁ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଦେବାକୁ କର୍ପୋରେଟରମାନେ ଦାବି କରିଥିଲେ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସିଏମସିରେ ଅଫିସରଙ୍କ ମନମାନି ଚାଲିଛି । ଅଫିସରଙ୍କ ଏହି ମନମାନି କଟକ ସହରବାସୀ ବରଦାସ୍ତ କରିବେନି । ନିର୍ଣ୍ଣାୟକ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ । ଏବଂ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ ମେୟର ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ କଟକବାସୀଙ୍କ ସ୍ୱାର୍ଥ ପାଇଁ ଏହି କାମ କରାଯାଉ ନାହିଁ । କଟକରେ କିପରି ଭଲ କାମ ହେବା ତାହାକୁ ଦୃଷ୍ଟି ଦେବା କଥା । ସେହି କଥା ନକରି କାହାକୁ ଡାକିଲେ ଓ କାହାକୁ ନଡାକିଲେ ଏନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି କହିଛନ୍ତି । ଏହାକୁ ନେଇ ବିରୋଧୀ କର୍ପୋରେଟରମାନେ ମଧ୍ୟ ପାଲଟା ଅଭିଯୋଗ କରିବାସହ ମେୟର ନିଜ ସ୍ୱାର୍ଥ ପାଇଁ ସବୁ କିଛି କରି ପାରନ୍ତି । ଏଠାରେ ନିଜ ସ୍ୱାର୍ଥରେ ବାଧା ସୃଷ୍ଟି ହେବାରୁ ଅଫିସରମାନଙ୍କୁ ଧରି ସମସ୍ତ ନୀତିନିୟମକୁ ଭାଙ୍ଗୁଛନ୍ତି ଏବଂ ଏଥି ପ୍ରତି କଟକ ସହରବାସୀ ଠିକଣା ସମୟରେ ଜବାବ ଦେବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଗତକାଲି ସିଏମସି କାଉନସିଲ୍ ବୈଠକ ହୋଇଥିଲା । ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା । କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ । ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ ।

ତେବେ ଦୀର୍ଘ ୨୪ ଘଣ୍ଟା ରୁ ଅଧିକ ସମୟ ଧାରଣରେ ବସିବା ପରେ ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଉଦଘାଟନି ପ୍ରକଳ୍ପକୁ ପରିବର୍ତ୍ତନ କରିବା ପାଇଁ କମିଶନର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ପ୍ରତିଶ୍ରୁତି ପାଳନ ନହୁଏ ତେବେ ଆଗାମୀ ଦିନରେ ଏଭଳି ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର । ସେପଟେ କଟକ ମହାନଗର ନିଗମ ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ସେମନଙ୍କର ଦାବି ପୂରଣ ନେଇ ଏକାଠି ହୋଇ ଧାରଣାରେ ବସି ରହିଥିଲେ । ସହରରେ ଯେ କୌଣସି ସମସ୍ୟା ହେଉ ବା ଦୁର୍ନୀତି ହେଉ ବିରୋଧୀ ଦଳ ଭାବରେ ଏହି ଭଳି ବିଜେପି କଂଗ୍ରେସ କର୍ପୋରେଟର ଏକାଠି ହୋଇ ଲଢ଼ିବେ ବୋଲି ଉଭୟ ଦଳ ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ