ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରରେ ବ୍ୟାପକ ବେଆଇନ ଗୁଟଖା କାରବାର ଚାଲିଥିବା ନେଇ ସିଏମସି ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ଦୋକାନ ଉପରେ ଚଢଉ କରାଯାଇ ପ୍ରାୟ ୧୫ କେଜିରୁ ଊର୍ଦ୍ଧ୍ୱ ଗୁଟଖା ଜବତ କରାଯିବା ସହ ସେମାନଙ୍କ ନିକଟରୁ ୫ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଛି । ଆଜି ପୂର୍ବାହ୍ନରେ ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢଉ ଆରମ୍ଭ କରାଯାଇଥିଲା । ଚୌଧୁରୀବଜାରରୁ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ପ୍ରାୟ ୩୦ଟି ଦୋକାନ ଉପରେ ଏହି ଚଢଉ କରାଯାଇଥିଲା । ବିଶେଷକରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟରେ ଏହି କାରବାର ବ୍ୟାପକ ରୂପେ ଚାଲିଥିବାରୁ ସେଠାରେ ବିଭାଗୀୟ ଅଧିକାରୀମାନେ ଗୁଟଖା ନଖାଇବାକୁ ଲୋକଙ୍କୁ ସଚେତନ କରାଇଥିଲେ । ସେହିପରି ବେଆଇନ ଭାବେ ଗୁଟଖା ବିକ୍ରି କରୁଥିବା ଦୋକାନୀମାନଙ୍କୁ ଭବିଷ୍ୟତରେ ଏହି କାରବାର ନକରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହି ଚଢଉ କାର୍ଯ୍ୟକ୍ରମରେ ଡ୍ରଗ ଇନ୍ସପେକ୍ଟର, ଏକ୍ସାଇଜ ଇନ୍ସପେକ୍ଟର ଓ ପୋଲିସ କର୍ମଚାରୀ ଭାଗ ନେଇଥିବା ବେଳେ ସିଏମସିର ସିଡିଇଏଫ ସଦସ୍ୟମାନେ ସହଯୋଗ କରିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ