ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨

ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨

ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨

News by Kanhu charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ସିଏମସି ପକ୍ଷରୁ ବନ ମହୋତ୍ସବ-୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ସିଏମସି ଅନ୍ତର୍ଗତ ଜଗତପୁରସ୍ଥିତ ଗୋପବନ୍ଧୁ ଶିଶୁ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଶିବିର କାର୍ଯ୍ୟକ୍ରମ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ପାର୍କ ଆଣ୍ଡ ପ୍ଲାଟିସନ ଅଧ୍ୟକ୍ଷା ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ହିଁ ଜୀବନର ବାର୍ତ୍ତା ଦେଇ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଆଗାମୀ ଦିନରେ କଟକ ସହରକୁ ଏକ ସବୁଜ ବଳୟରେ ପରିଣତ କରିବା ନିମନ୍ତେ ସହରରେ ୧୦ ହଜାର ବୃକ୍ଷ ରୋପଣ କରିବା ପାଇଁ ମେୟର ଶ୍ରୀ ସିଂ କହିଥିଲେ । ଏଥି ସହିତ ଜଗତପୁର ଅଞ୍ଚଳର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୪୯ନମ୍ବର ବିଜେଡି ୱାର୍ଡ ସଭାପତି ନବ କିଶୋର ସ୍ୱାଇଁ ଓ ପୂର୍ବତନ କର୍ପୋରେଟର ଦୟାନିଧି ନାୟକ, ଜଗତପୁର ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ ଜେନା, ଅଶୋକ ମିଶ୍ର, କଳ୍ପନା ଜେନା, ମାଧବାନନ୍ଦ ବିଶ୍ୱାଳ, ବିଚିତ୍ର ଜେନା, ଅଜୟ ଜେନା, ବିମ୍ବାଧର ଜେନା, ଅରକ୍ଷିତ ମଲ୍ଲିକ, ସୁଧିର ସେଠୀ, ପ୍ରଶାନ୍ତ ସ୍ୱାଇଁ ଓ ତପନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ