ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ

ସିଏମସି ନିର୍ବାଚନପାଇଁ ଏସ୍‌.ୟୁ.ସି.ଆଇ(ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନ ପାଇଁ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଭ୍ୟ ତଥା ରାଜ୍ୟର ଜଣାଶୁଣା ଛାତ୍ରନେତ୍ରୀ ବବି ବଳବନ୍ତରାୟଙ୍କୁ ମେୟର ପ୍ରାର୍ଥୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଘୋଷଣା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଐତିହ୍ୟ ସହର କଟକରେ ଦୀର୍ଘ ଦଶନ୍ଧି ଧରି ସହରର ନାନାବିଧ ସମସ୍ୟାପାଇଁ ଦଳ ପ୍ରତି ମୂହୁର୍ତ୍ତରେ ଜନ ଆନ୍ଦୋଳନ କରିଆସିଛି । ନାଳ ନର୍ଦ୍ଦମା ସମସ୍ୟା ନେଇ, ଜାଇକା ଯନ୍ତ୍ରଣା ନେଇ, ମଶା ଉପଦ୍ରବ ନେଇ ସହରର ମରଣଯନ୍ତା ସାଜିଥିବା ରାସ୍ତାଘାଟ ନେଇ, ପାନୀୟ ଜଳ ସମସ୍ୟା ନେଇ, ବଡ ଡାକ୍ତରଖାନା, ଶିଶୁ ଭବନ ଓ ସହରର ଅନ୍ୟାନ୍ୟ ଡାକ୍ତରଖାନାର ଅବ୍ୟବସ୍ଥା ନେଇ, ବିଦ୍ୟୁତ ଦେୟ ବୃଦ୍ଧି ସମସ୍ୟା ନେଇ, ବସ୍ତି ବାସିନ୍ଦାଙ୍କ ଥଇଥାନ ସମସ୍ୟା ନେଇ ଏବଂ ଷଡଯନ୍ତ୍ରମୂଳକ କଟକ ସହରର ବିଭିନ୍ନ ସାହିରେ ଥିବା ବହୁ ପ୍ରାଥମିକ ବିଦ୍ୟାଳୟ ସଂପୂର୍ଣ୍ଣ ବନ୍ଦ କରିଦେବା ବିରୁଦ୍ଧରେ ଆନ୍ଦୋଳନ ଓ ରାଜ୍ୟର ଐତିହ୍ୟ ରାଧାନାଥ ପ୍ରଶିକ୍ଷଣ କେନ୍ଦ୍ର(ବିଇଡି କଲେଜ) ବନ୍ଦ କରିବାର ଷଡଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ, ସର୍ବପରି ସହରର ସ୍କୁଲ କଲେଜର ଶିକ୍ଷାର ବିଭିନ୍ନ ସମସ୍ୟା ନେଇ ଜନ ଆନ୍ଦୋଳନ କ୍ଷେତ୍ରରେ ବବି ବଳବନ୍ତରାୟଙ୍କ ଗୁରୁତ୍ୱପୂର୍ଣ୍ଣ ଓ ନେତୃତ୍ୱକାରୀ ଭୂମିକା ରହିଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବଳବନ୍ତରାୟ କହିଛନ୍ତି ଯେ, ମୁଁ ନିର୍ବାଚିତ ହେଲେ ମହାନଗର ନିଗମ ସଂପୂର୍ଣ୍ଣ ଦୁର୍ନୀତି ମୁକ୍ତ ହେବ । ନାଳ ସଫାରୁ, ପଙ୍କ ଉଦ୍ଧାରୁ, ମଶା ତେଳ ମଶା ତେଲ ମଶା ଧୂଆଁରୁ, ସହରର ରାସ୍ତା କାମରୁ, ଜଳ ଯୋଗାଣରୁ, ଜାଇକା ଠକେଇରୁ, ରାମକି ଅନ୍ୟାନ୍ୟ ଠକେଇ ସଂସ୍ଥା ଦ୍ୱାରା ଟେଣ୍ଡର ଠକେଇରୁ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହେବ । ଏହା ବ୍ୟତୀତ ସହରର ସବୁ ୱାର୍ଡରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଭିନ୍ନ ସାହିମାନଙ୍କରେ ରାସ୍ତାଘାଟ ଉଦ୍ଧାର ପାଇଁ, ସହରର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ, ବସ୍ତି ବାସିନ୍ଦାଙ୍କ ଉପଯୁକ୍ତ ଥଇଥାନ ପାଇଁ ମୋର ପ୍ରାଥମିକତା ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା ଅଫିସ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ଦିପକ ଦାସ, ବିନୋଦ ସେଠୀ, ତରୁଣସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ