ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

News by Biswajit Dalai (Salepur)

ସାଲେପୁର(ଏନ୍‌.ଏମ୍‌.): ସମ୍ପ୍ରତି ନଦୀବନ୍ଧଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି । ଏଥି ପାଇଁ ନଦୀକୂଳିଆ ଜନସାଧାରଣ ଆତଙ୍କିତ ରହିଛନ୍ତି । ବିଶେଷ କରି ବିରୂପା ନଦୀବନ୍ଧ ଅବସ୍ଥା କହିଲେ ନସରେ । ଦୀର୍ଘ ବର୍ଷ ଧରି ଏହି ନଦୀର ବନ୍ଧଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଥିଲା । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ଏହି ନଦୀବନ୍ଧର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ମଞ୍ଜୁରୀ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ସାଲେପୁର ବ୍ଲକ ବଡ଼ ଭୀମରାଜପୁର ଠାରେ ବିରୂପା ନଦୀରେ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ସୁରକ୍ଷା ପାଇଁ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ହୋଇଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ୫୧ଲକ୍ଷ ଟଙ୍କା ବ୍ୟୟ ବରାଦରେ ପଥର ବନ୍ଧ ନିର୍ମାଣ ହେବ । ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପର ଶିଳାନ୍ୟାସ ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ତେବେ ଏହି କାର୍ଯ୍ୟପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇବ ଟି ସଚିବ ଭି.କେ. ପାଣ୍ଡିଆନ ଓ ସ୍ଥାନୀୟ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦୀର୍ଘ ବର୍ଷ ହେବ ବିରୂପା ନଦୀକୂଳ ଅତଡା ଖସି ନଦୀ ଜନବସତି ମୁଁହା ହୋଇଥିଲା । ନଦୀରେ ବନ୍ୟା ଆସିଲେ ଗାଁରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେଉଥିଲା । ଏ ନେଇ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ଓ ଜଳସମ୍ପଦ ବିଭାଗର ଚେତା ପଶିଥିଲା । ଦୀର୍ଘ ବର୍ଷ ପରେ ଏହି ବନ୍ଧର ସୁରକ୍ଷା ପାଇଁ ଅଣ୍ଟା ସରକାର ଭିଡିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ