ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

News by Kanhu charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ସାମ୍ବାଦିକ ରଞ୍ଜନ କୁମାର ରାଉତଙ୍କ ମାତା ମାଳତୀ ରାଉତ(୭୨)ଙ୍କର ନାନକାର ସ୍ଥିତ ବାସଭବନରେ ହୃତଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତାଃ ରାଉତଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱମୀ ବାସୁଦେବ ରାଉତ, ୫ପୁତ୍ର, ୫ବୋହୁ, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ପରଲୋକଗତ ଖବର ପାଇ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏଥି ସହିତ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି ପ୍ରମୁଖ ସ୍ୱର୍ଗତାଃ ରାଉତଙ୍କ ମୁତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଖବର ପାଇ ବହୁ ନେତା ସ୍ଥାନୀୟ ବ୍ୟକ୍ତି, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସ୍ୱର୍ଗତାଃ ରାଉତଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସାହି ଓ ବଜାର ପକିକ୍ରମା କରି ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ ପୁଅ ବିଜୟ କୁମାର ରାଉତ ମୁଖାଗ୍ନି ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ