ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା


କଟକ(ଏନ୍‌.ଏମ୍‌.): ସହାୟତା ନେବାକୁ କରୋନା କଟକଣାକୁ ଭୁଲିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସହରରେ । ସରକାରଙ୍କ ପକ୍ଷରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଘୋଷଣା ପରେ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ ଆରମ୍ଭ ହୋଇଛି । ତେବେ ଆଜି କଟକ ସହରର ବିଭିନ୍ନ ୱାର୍ଡ଼ରେ ହିତାଧିକାରୀଙ୍କ ସହାୟତା ପ୍ରଦାନ ସମୟରେ କରୋନା କଟକଣା ପାଳନ ହେଉନଥିବା ଦେଖିବାକୁ ମିଳିଥିଲା । ସମ୍ପ୍ରତି କଟକ ସହରରେ ଏବେ କରୋନା ବଢ଼ୁଥିବାବେଳେ ସିଏମସି ୨୭ନମ୍ବର ୱାର୍ଡ଼ ନୂଆ ରାଉସା ପାଟଣାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତଥାପି ହିତାଧିକାରୀଙ୍କ ମନରେ ଟିକେ ବି ଭୟ ନାହିଁ । କାଳେ ଟଙ୍କା ଆଉ କିଏ ନେଇ ଯିବ ସେଥି ପାଇଁ ସହାୟତା ପ୍ରଦାନ କେନ୍ଦ୍ରରେ ଚାଲିଛି ଗୋଟିଏ ପ୍ରତିଯୋଗିତା । ତେବେ ଜନସାଧାରଣ ସହାୟତା ପାଇଁ କରୋନା କଟକଣା ପାଳନ ନକରିବା ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । ଗୋଟିଏ ପଟେ କରୋନା ଯୋଗୁଁ ସମାଜର ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ କଟକ ସହରରେ ଏହାକୁ ଅଣଦେଖା କରାଯାଉଛି । ଆଜି ରାସନକାର୍ଡ଼ ହିତାଧିକାରୀମାନେ ପୂର୍ବାହ୍ନରୁ ଧାଡ଼ିବାନ୍ଧି ଯେଉଁଭଳି ସହାୟତା ପାଇଁ ଠିଆ ହୋଇଥିଲେ ସେଠାରେ ସାମାଜିକ ଦୂରତା ଆଦୌ ରକ୍ଷା ହୋଇନଥିଲା । ତେଣୁ ଏ ନେଇ ସିଏମସି କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ