ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

News By Dillip Muduli (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆଶଙ୍କା କରାଯାଉଛି । ତେଣୁ ଏଥି ପୂର୍ବରୁ ସମସ୍ତ ଜନସାଧାରଣ ସତର୍କ ହେବାକୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍ ଚିହ୍ନଟ ହୋଇଛି । ଓଡ଼ିଶାରେ ଗତ ୨୪ଘଣ୍ଟାରେ ୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । କୋରାପୁଟରୁ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି, ସର୍ଭେ ଅନୁସାରେ ଚାଇନାରେ ଏଯାବତ ପିକ୍ ଆସିନାହିଁ । ଜାନୁଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ପିକକୁ ଆସିବ । ଦୈନିକ ୭ରୁ ୧୦ ଲକ୍ଷ ସଂକ୍ରମିତ ହେବେ । ପିକ୍ ବେଳେ ଚାଇନାରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ । ସେହି ହିସାବରେ ଭାରତରେ ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ । କେସ୍ ସାମାନ୍ୟ ବଢ଼ିପାରେ । ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଡାକ୍ତର ମହାନ୍ତି କହିଛନ୍ତି, ଭାରତରେ ୯୦ ପ୍ରତିଶତ ଲୋକ ଡବଲ ଡୋଜ ଟିକା ନେଇଛନ୍ତି । ୪୦% ବୁଷ୍ଟର ଡୋଜ ନେଇଛନ୍ତି । ବାକି ଲୋକେ ନେଇଯାଆନ୍ତୁ । ଯେଉଁମାନେ ଡବଲ ଡୋଜ୍ ନେଇସାରିଥିବେ, ନାଜାଲ ଭାକ୍ସିନ ନେଇପାରିବେ । ବିଶେଷ ଭାବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଚୀନ, ଜାପାନ ସମେତ କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରହିଛି । ପଜିଟିଭ୍ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାକୁ ବ୍ୟବସ୍ଥା ହୋଇଛି । ଏବେ ହକି ବିଶ୍ୱକପ୍ ଥିବାରୁ ଖେଳାଳି ଓ ଦର୍ଶକ ଓଡ଼ିଶା ଆସିବେ । ଝାରସୁଗୁଡ଼ା, ଖୋର୍ଦ୍ଧା, କଟକରେ ଅଧିକ ଜନସମାଗମ ହେବ । ତେଣୁ ଏସବୁ ଜିଲ୍ଲାରେ କଡ଼ାକଡ଼ି ହେବ ନିୟମ ବୋଲି ସେ କହିଛନ୍ତି । କୋଭିଡର ସମ୍ଭାବ୍ୟ ଚତୁର୍ଥ ଲହର ବିଦେଶରେ ଦ୍ରୁତ ଗତି ମାଡ଼ିଚାଲିଛି । ବିଶେଷ କରି ଚାଇନାର ଅବସ୍ଥା ଦୟନୀୟ ହୋଇଛି । ସେଠାରେ ବର୍ତ୍ତମାନ ହଜାର ହଜାର ଲୋକ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି । ଚାଇନାର ଏପରି ଅବସ୍ଥା ଦେଖି ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍ର ମୁକାବିଲା ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନିୟମିତ ମାସ୍କ ପିନ୍ଧିବାକୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ