ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି

ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି

ଶୀତଦିନକୁ ଦୃଷ୍ଟିରେ ରଖି କରୋନା କଟକଣା ବଢ଼ାଇଲା ସିଏମସି


#କଟକ(ଏନ୍‌.ଏମ୍‌.): ଶୀତଦିନକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଥିବା ଯୋଗୁଁ ପୂର୍ବରୁ ଯେତିକି ଜନସମାଗମ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା ଏବେ କଟକଣା ଲାଗୁ କରାଯାଇଛି । କଟକ ସହରରେ ବାହାଘର, ଅନ୍ତେଷ୍ଟିକ୍ରିୟା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି । ସିଏମସି ପକ୍ଷରୁ ଜାରି କରାଯାଇଥିବା କଟକଣା ମଧ୍ୟରେ ବାହାଘର, ଅନ୍ତ୍ୟେଷ୍ଟିକ୍ରିୟା ଏବଂ ଅନ୍ୟାନ୍ୟ ବୈଠକ ପ୍ରଭୃତି ୨୦୦ରୁ କମ୍ କିମ୍ବା ହଲ କ୍ଷମତାର ୫୦ ପ୍ରତିଶତ ଲୋକେ (ଯେଉଁଟା କମ୍‌)ସାମିଲ ହୋଇ ପାରିବେ । ଉତ୍ସବ ଆୟୋଜନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ତଥା ସିଏମସି ଏବଂ ଥାନାଧିକାରୀଙ୍କ ଅନୁମତି ନେବା ପାଇଁ ବାଧ୍ୟତା ମୂଳକ କରାଯାଇଛି । କୌଣସି ବ୍ୟକ୍ତିଙ୍କଠାରେ ଏସଏଆରଆଇ କିମ୍ବା ଆଇଏଲଆଇ ଲକ୍ଷଣ ଥିଲେ ତାଙ୍କୁ ଆୟୋଜନ ସ୍ଥଳ, କକ୍ଷକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ସେହିଭଳି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ ଶିଶୁଙ୍କୁ ଉତ୍ସବରେ ଯୋଗ ନଦେବା ପାଇଁ କୁହାଯାଇଛି । ଉତ୍ସବରେ ପ୍ରବେଶ ସମୟରେ ଆୟୋଜନକାରୀ ଶରୀର ତାପମାପକ ଯନ୍ତ୍ର (ଥର୍ମାଲ ସ୍କ୍ରିନିଂ) ଓ ହାତ ସଫେଇ ପାଇଁ ବ୍ୟବହୃତ ସାମଗ୍ରୀ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ୨ଗଜ ଦୂରତା ବଜାୟ ରଖିବା ସହ ଖାଦ୍ୟ ଖାଇବା ସମୟକୁ ଛାଡ଼ିଦେଲେ ଅନ୍ୟ ସମୟରେ ମାସ୍କ ପରିଧାନ କରିବାକୁ ସିଏମସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସେହିଭଳି କୌଣସି ବ୍ୟକ୍ତି ତମାଖୁ ସେବନ ତଥା ଛେପ ନପକାଇବା ପାଇଁ ନିଷେଧାଦେଶ ଜାରି କରାଯାଇଛି । ନିୟମକୁ ଖିଲାପ କଲେ ଆୟୋଜନକାରୀ ଏବଂ ଘରର ମାଲିକଙ୍କ ଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଗମ ପକ୍ଷରୁ ଦର୍ଶାଯାଇଛି । ସ୍ଥାନୀୟ ଥାନା ଏବଂ ସିଏମସିର ଏନଫୋର୍ସମେଣ୍ଟ ଟିମ କଟକଣା ପାଳନ ସମ୍ପର୍କରେ ଯାଞ୍ଚ କରିବେ ବୋଲି କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ