ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ

ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ

କଟକ (ଏନ୍‌.ଏମ୍‌.): କରୋନାର କରାଳ କାୟା ସହ ମହାମାରୀର ଡ଼ରକୁ ଖାତିର ନକରି, ନିଜର ସେବାନିଷ୍ଠାରେ ଗରିବ ପରିବାର ପାଖରେ ସାଥି ହୋଇ ଛିଡ଼ା ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ । ଅସୁବିଧା ବେଳେ ଲୋକଙ୍କ ସାହାରା ପାଲଟିବାର ବାର୍ତ୍ତା ବାଣ୍ଟିବାରେ ସେମାନେ ବିଶ୍ୱାସ ରଖନ୍ତି । ରୋଟାରାକ୍ଟ କ୍ଲବ ବାରବାଟୀ ଓ କେ.ଆର୍ ଏଲିକ୍‌ଜିର ଟେକ୍‌ନୋଲୋଜି ର ମିଳିତ ଉଦ୍ୟମରେ ବିଡ଼ାନାସୀ ପୁଲିସ୍ ହାଇସ୍କୁଲ୍ ନିକଟସ୍ଥ ବିସ୍ଥାପିତଙ୍କ ବାସସ୍ଥାନରେ ୧୦୦ଟି ଗ୍ରସରୀ କିଟ୍ ସହିତ କୋଭିଡ଼୍‌-୧୯ କୁ ପ୍ରତିହତ କରିବାକୁ ମାସ୍କ, ସାନିଟାଇଜର ଓ ସାବୁନ ସମ୍ଭଳିତ ଏକ ସାନିଟାଇଜ୍ କିଟ୍ ବିଡ଼ାନାସୀ ଥାନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଣ୍ଟନ କରାଯାଇଛି । ତାଲାବନ୍ଦ ବେଳେ ଅନେକ ଗରିବ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଏହି ଦୁଇ ଅନୁଷ୍ଠାନ ଭାଗଗ୍ରସରୀ କିଟ୍ ବଣ୍ଟନ କରି, ଏହି ପରିବାର ମୁହଁରେ ଟିକେ ହସ ଫୁଟାଇବା ସହ ତାଙ୍କର ସାହାର ହେବାକୁ ଉଦ୍ୟମ କରିଛନ୍ତି । ତତ୍‌ସହିତ ଏମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କରି, ବସ୍ତିରେ ସଚେତନର ବାର୍ତ୍ତା ଦେଇ, ନିୟମିତ ହାତ ଧୋଇବା ଏବଂ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଏହି ବଣ୍ଟନ କାର୍ଯ୍ୟକୁ ରୋଟାରାକ୍ଟ ବାରବାଟୀର ପ୍ରତିଷ୍ଠାତା ଶକ୍ତି ସୌରଭ ପାତ୍ର, ସଭାପତି ସମ୍ବିତ୍ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଆଶୁତୋଷ ମହାନ୍ତି, ଉପଦେଷ୍ଟା ଜ୍ଞାନ ରଞ୍ଜନ ନାୟକ, ଅଭିଜିତ୍ ପାତ୍ର ଓ ନିତେଶ ବାରିକ୍ ପ୍ରମୁଖ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ