ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ

ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ

ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ


କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନ ଠାରେ ଖୋଲାଯାଇଥିବା କଟକର ପ୍ରଥମ ପ୍ରିପେଡ଼ ଅଟୋ ସେବା ଏବେ ବନ୍ଦ ହେବାକୁ ଯାଉଥିବା ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଧରି ଏହି ସେବାରେ ନିୟୋଜିତ ଥିବା ଅଟୋଚାଳକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନର ବିଫଳତା ଯୋଗୁଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଅଟୋଚାଳକ ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ବହୁବିଧ ସମସ୍ୟା ସମ୍ପର୍କରେ ସଂଘର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ଅବଗତ କରାଇଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଖୋଲାଯାଇଥିବା କଟକର ପ୍ରଥମ ପ୍ରିପେଡ୍ ପ୍ରିପେଡ୍ ୨ଟି ବୁଥର ବହୁବିଧ ସମସ୍ୟା ଦେଖାଦେଇଛି । ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିଁ । ଅଟୋଚାଳକମାନଙ୍କ କଲ୍ୟାଣ ପାଇଁ ପଡିରହିଥିବା ଲକ୍ଷଲକ୍ଷ ଟଙ୍କା କୌଣସି କାମରେ ଲାଗୁନାହିଁ । ଏପରିକି କରୋନାର ଦୁଇଟି ଲହର ମୁକାବିଲା ସମୟରେ ମଧ୍ୟ ଅଟୋଚାଳକ ମାନଙ୍କ ପାଇଁ କୌଣସି ସହାୟତା ଘୋଷଣା କରାଗଲା ନାହିଁ । ଏସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବା ପାଇଁ ସଭାପତିଙ୍କୁ ଅନୁରୋଧ କରାଯାଇଛି । କରୋନା ମହାମାରୀ ଦ୍ୱିତୀୟ ଲହରରେ ଅଟୋ ଚାଳକମାନେ ଲକଡାଉନ୍ ଓ ସଟ୍‌ଡାଉନ୍‌ରେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି । ସେମାନଙ୍କ ପାଇଁ ଖାଦ୍ୟସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର କିଛି ସହାୟତା ଯୋଗାଇ ଦେବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି । ତେବେ ସାଂସଦ ଶ୍ରୀ ସିଂହ ଅଟୋଚାଳକଙ୍କ ସମସ୍ୟାକୁ ଅବଗତ ହେବା ପରେ ଏ ନେଇ ପଦକ୍ଷେପ ନେବା ସମ୍ପର୍କରେ ପ୍ରତିଶ୍ରୁତି ଦେବା ସହ ଅଟୋ ମାଲିକ ଓ ଚାଳକମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା । ଶତାଧିକ ଅଟୋଚାଳକମାନଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ସିଂହ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, କଟକ ଅଟୋ ଚାଳକ ମହାସଂଘ ର ଯୁଗ୍ମ ସଂପାଦକ ଦେବେନ୍ଦ୍ର ପାଣିଗ୍ରାହି, ରେଳଷ୍ଟେସନ ସଂଘର ସଭାପତି ଲୋକନାଥ ଲେଙ୍କା, ଜଗନ୍ନାଥ ସ୍ୱାଇଁ, ଜନସନ ମହାପାତ୍ର, କାଳିଚରଣ ପାଣୀଗ୍ରାହି, ପୂଣ୍ଣ ର୍ଚନ୍ଦ୍ର ନାୟକ ପ୍ରମୁଖ ନେତୃମଣ୍ଡଳି ଉପସ୍ଥିତ ରହି ଅଟୋ ଚାଳକ ପରିବାରକୁ ଖାଦ୍ୟପଦାର୍ଥ ଥିବା ଏକ କିଟ୍ ପ୍ରଦାନ କରାଯାଇଥିଲା । ଭାରତ ମସଲା କମ୍ପାନୀ ପକ୍ଷରୁ ସୁଶାନ୍ତ ପଣ୍ଡା ଏହି ରିଲିଫ ପ୍ରଦାନ କ୍ଷେତ୍ରରେ ମୁଖ୍ୟ ପୃଷ୍ଠପୋଷକ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ