ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

News by Dillip Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଦୁଇ ଦିବସୀୟ ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭୁବନେଶ୍ୱର ସିରିପୁରସ୍ଥିତ ‘ଇମେଜ୍‌’ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୦ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶୈକ୍ଷିକ ସଂଯୋଜକ ତଥା ଜିଲ୍ଲା ପ୍ରୋଗ୍ରାମରମାନେ ଯୋଗଦାନ କରିଛନ୍ତି । ଏଥିରେ ନୂଆଦିଲ୍ଲୀସ୍ଥିତ ନିପାରୁ ପ୍ରଫେସର ପ୍ରଣତି ପଣ୍ଡା ଓ ସହଯୋଗୀ ଏ.ନ. ରେଡି ଜାତୀୟ ସମ୍ବଳ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଶାଳା ସିଦ୍ଧି -‘ବିକାଶ ହେତୁ ବିଦ୍ୟାଳୟ ସ୍ୱ-ମୂଲ୍ୟାୟନ’ ପ୍ରସଙ୍ଗରେ ବିଶଦ ଆଲୋଚନା କରାଯାଉଛି । ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀମାନେ ଏଥିରେ ସକ୍ରିୟ ଭାବରେ ଯୋଗଦାନ କରି ସେମାନଙ୍କ ସଂଶୟ ମୋଚନ କରିବାକୁ ଯଥେଷ୍ଟ ସୁଯୋଗ ପାଉଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି