ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ

ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ

ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ଥାନା ପୁଲିସ ଗତ କାଲି ବିଳମ୍ବିତ ରାତିରେ ସ୍ଥାନୀୟ ପାଞ୍ଚଗାଁ ଅଞ୍ଚଳରେ ଚାଲିଥିବା ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେବାକୁ ପଡ଼ିଛି । ପୁଲିସ ଅଧିକାରୀ ଜଣକ ମୀନାବଜାର ବ୍ୟବସାୟୀମାନଙ୍କୁ ନାଲିଆଖି ଦେଖାଇବା ସହ ଅଶ୍ଳିଳ ଭାଷା ପ୍ରୟୋଗ କରି ମୀନାବଜାରକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ବାବୁଙ୍କ ଏଭଳି ଆଚରଣରେ ବ୍ୟବସାୟୀ ଓ ଉପସ୍ଥିତ ଜନସାଧାରଣ ଅତିଷ୍ଟ ତଥା କ୍ଷୁବ୍ଧ ହେବା ସହ ପୁଲିସ ଉପରକୁ ପାଲଟା ଆକ୍ରମଣ କରିବାକୁ ପଛାଇ ନଥିଲେ । ଏପରିକି ପୁଲିସ ଗାଡି ଭାଙ୍ଗିବା ସହିତ ପୁଲିସ ଅଧିକାରୀଙ୍କୁ ମାଡ ମାରି ଭୁଲ ମାଗାଇଲେ ଉତ୍ୟକ୍ତ ଲୋକେ । ଏହି ସମୟରେ ଉତ୍ୟକ୍ତ ଲୋକମାନେ ପୁଲିସକୁ ମଧ୍ୟ ଘେରି ଯାଇଥିଲେ । ଫଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗିରହିଥିଲା । ଖବର ପାଇ ଘଟଣାସ୍ଥଳରେ ତିଗିରିଆ ଆଇଆଇସି ଜ୍ଞାନରଞ୍ଜନ ସାମଲ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ପୁଲିସ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ