ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ମାନବିକତା ଦେଖାଇ ଉଦାହରଣ ସୃଷ୍ଟି କଲେ ସାମାଜିକ କଟକ ମହାନଗର ନିଗମ ୫୬ ନମ୍ବର ୱର୍ଡ଼ ବାଲିକୁଦା ଗ୍ରାମର ସାମାଜୀକ କର୍ମୀ, ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ ସେଠୀଙ୍କ ମା ରଜନୀ ସେଠୀ, ଗତ ଡିସେମ୍ବର ମାସ ୩ ତାରିଖରେ ମୃତ୍ୟୁ ଘଟିଥିଲା । ଗରିବ ଲୋକମାନଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ, ଶବଦାହ ନିମନ୍ତେ ଜାଳେଣି କାଠ କିଣିବା, ଏବଂ ଶବ ସଂସ୍କାର ପାଇଁ ତୁରନ୍ତ ଅର୍ଥରାଶି ଯୋଗାଇ ଦେବାର ନିୟମ ରହିଛି । ହେଲେ ତାଙ୍କ ମାଙ୍କ ଶବ ସଂସ୍କାର ପାଇଁ ସେହିଦିନ ଅର୍ଥ ମିଳି ପାରିନଥିଲା । ମାତ୍ର ସେ ନିଜ ଉଦ୍ୟମରେ ବହୁ ଦୁଃଖ କଷ୍ଟରେ ମା’ଙ୍କ ଶବ ସଂସ୍କାର କରିଥିଲେ । ମା’ଙ୍କ ମୃତ୍ୟୁ କାର୍ଯରେ ଖର୍ଚ୍ଚ ହୋଇ ପାରିନଥିବା ଅର୍ଥ, ଗରିବ ଲୋକମାନଙ୍କ ପାଇଁ ଉଦ୍ଦେଶ୍ୟରେ ଖର୍ଚ୍ଚ କରି ମାନବିକତା ଦେଖାଇବା ସହ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଉକ୍ତ ସିଏମସି ପକ୍ଷରୁ ମିଳିଥିବା ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଅର୍ଥ ରାଶି ମା’ଙ୍କ ଶବସତ୍କାରରେ ଲାଗି ପାରିନଥିବାବେଳେ ଶ୍ରୀ ସେଠୀ ଶୀତବସ୍ତ୍ର କିଣି ଗରିବ, ବିଧବା, ଅସହାୟ ଲୋକଙ୍କୁ ଆଜି ତାଙ୍କ ବାସଭବନ ଠାରେ ପ୍ରଦାନ କରି, ସମାଜରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଅନେକ ଥିଲା ବାଲା ବ୍ୟକ୍ତି ଏହି ଅର୍ଥ ରାଶି ଆତ୍ମସାତ କରିବାକୁ ପଛାଉନଥିବାବେଳେ ଶ୍ରୀ ସେଠୀ ଜଣେ ଗରିବ ପରିବାରର ବ୍ୟକ୍ତି ହୋଇ ମଧ୍ୟ ସେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସେ ସବୁବେଳେ ଗରିବ ଅସହାୟ ଲୋକଙ୍କ ହକ୍ ପାଇଁ ତାଙ୍କର ଲଢ଼େଇ ଜାରି ରଖୁଛନ୍ତି । ନିଜେ ପୁରୁଣା ଟାଇଲ ଛପର ଜରିପାଲ ପଡିଥିବା ବଖରାଏ ଘରେ ରହୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇ ପାରି ନାହିଁନ୍ତି । ତଥାପି ସେ ତାଙ୍କର ମାନବିକତାକୁ ବଜାୟ ରଖି ଗରିବ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିବାରୁ କଟକ ସହରର ବହୁ ବୁଦ୍ଧିଜୀବୀ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ