ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ

#କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅଞ୍ଚଳରେ ଏବେ ବଢ଼ିଛି ଚୋରି ଭଳି ଅପରାଧ । ପୁଲିସ ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏମାନଙ୍କୁ ସାବାଡ କରିବା କଷ୍ଟକର ହୋଇପଡ଼ୁଥିବା ଆଲୋଚନା ହେଉଛି । ତଥାପି ହାର ମାନିନି କମିଶନରେଟ ପୁଲିସ । ଗତ ଶନିବାର ରାତିରେ ସ୍ଥାନୀୟ ମହାନଦୀବିହାର ସାରୁବଣିଆ ଅଞ୍ଚଳରେ ଚଢାଉ କରି ଚାଉଳିଆଗଞ୍ଜ୍ ପୁଲିସ ବିପୁଳ ପରିମାଣର ଚୋରା ବିଦ୍ୟୁତ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ସାଢେ ୧୨ କ୍ୱିଣ୍ଟାଲ ଓଜନର ତାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ତଳସାହିର ସୁରେଶ ଶ’(୪୫), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ବାଣିକୁଣ୍ଡର ନାରାୟଣ ପରିଡା(୫୮) ଓ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଞ୍ଚଳର ସନ୍ତୋଷ ସାହୁ(୪୨) ବୋଲି ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ, ଏମାନେ ବିଭିନ୍ନ ସ୍ଥାନରୁ ବିଦ୍ୟୁତ ତାର ଚୋରି କରି କଲିକତାକୁ ଚାଲାଣ କରୁଥିଲେ । ଆଜି ଅପରାହ୍ଣରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ