ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ଫଟୋ- କାହ୍ନୁଚରଣ ପଣ୍ଡା

କଟକ (ଏନ୍‍.ଏମ୍‍.): ମହାନଦୀରେ ଭାସି ଯାଇଥିବା ୩ଜଣ ପିଲାଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ପୂର୍ବରୁ ମିଳିଥିବାବେଳେ ଆଜି ଆଉ ଜଣେ ପିଲାର ମୃତଦେହକୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ମହାନଦୀର ବ୍ୟାରେଜ ପାର୍କ ନିକଟରେ ଗାଧୋଉଥିବାବେଳେ ୩ଜଣ ଯାକ ସାଙ୍ଗ ଭାସି ଯାଇଥିଲେ । ମାତ୍ର ଆଜି ସ୍ଥାନୀୟ ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟ ମହାନଦୀରୁ ରାଜ ଓରଫ ମହମ୍ମଦ ସିଦ୍ଦିକ(୧୭)ଙ୍କ ମୃତ ଦେହ ଠାବ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ମାଲଗୋଦାମ ଥାନା ଅନ୍ତର୍ଗତ ଚାରିଘରିଆ ଚୂନଭାଟି ଗଳିର ୩ ଜଣ ସାଙ୍ଗ ଗତ ରବିବାର ମହାନଦୀକୁ ଗାଧୋଇବାକୁ ଆସି ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ମହାନଦୀରୁ ଗତ ୩ ଦିନରେ ୩ ମୃତଦେହ ମିିଳିଛି । ଘଟଣା ଦିନ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସାହିଲ ଖାନ(୧୮)କୁ ଗୁରୁତର ଅବସ୍ଥାରେ ନଦୀପାଣିରୁ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରଦିନ ଅପରାହ୍ନ ପ୍ରାୟ ୧ଟା ବେଳେ ମଧୁସୂଦନ ଆଇନ କଲେଜ ପାଖରୁ ଉଦ୍ଧାରକାରୀ ଟିମଙ୍କ ଦ୍ୱାରା ଛୋଟୁ ଓରଫ ଆୟୋର ଖାନ(୧୭)ର ମୃତଦେହ ମିଳିଥିଲା । ଆଜି ମଙ୍ଗଳବାର ସକାଳ ୬ ଟା ୪୫ ରେ ମହାନଦୀ ଜାତୀୟ ରାଜପଥ ପୋଲ ତଳୁ ଅର୍ଥାତ ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟୁ ରାଜ୍ ଓରଫ ମହମ୍ମଦ ସିଦ୍ଦିକ(୧୭)ଙ୍କ ପ୍ୟାଣ୍ଟ ସାଧାରଣରେ ନଜରକୁ ଆସିଥିଲା । ତେବେ ସୂଚନା ପାଇ ଓଡ୍ରାଫ ଟିମ ସେଠାକୁ ବୋଟ ନେଇ ଯାଇଥିଲେ । ନଦୀର ଗଭୀର ସ୍ରୋତରେ ସିଦ୍ଦିକ ଭାସିଯାଇ ପ୍ରାୟ ୧ କିଲୋମିଟର ଦୂରକୁ ଚାଲିଯାଇଥିବା ଓଡ୍ରାଫ ଟିମ ପକ୍ଷରୁ କୁହାଯାଇଛି । ଏଥିପାଇଁ ଉଦ୍ଧାରକାରୀ ଟିମକୁ ପାଖାପାଖି ୩୬ ଘଣ୍ଟାର କସରତ କରିବାକୁ ପଡିଥିଲା । ପୁଲିସ ମୃତଦେହକୁ ଜବତକରି କଟକ ବଡ ଡାକ୍ତରଖାନାକୁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଯୋଗ୍ୟ ଯେ, ସିଦ୍ଦିକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ବାଣିଜ୍ୟ ଛାତ୍ର ଭାବେ ପାଠ ପଢୁଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ