ମଣିପୁରରେ ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ
#ବାରଙ୍ଗ(ଏନ୍.ଏମ୍.): ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବାରଙ୍ଗର ଦାଢା ପାଟଣା ଠାରେ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଣିପୁରରେ ହିଂସା କମିବା ପରିବର୍ତ୍ତେ ଚରମ ବର୍ବରତା, ନରସଂହାର, ଅସହାୟ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇ ଚଳାଇ ଚାଷ ଜମିରେ ଧର୍ଷଣ କରିବା ଭଳି ଅତି ଅସାମାଜିକ ନୃଶଂସ ଘଟଣାର ନିନ୍ଦା ଓ ପ୍ରତିବାଦ ଜଣାଇ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତବ୍ୟ ରଖିଥିଲେ ଏଆଇଏମ୍ଏସଏସ ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଟୀକା ସାମଲ, ଏଆଇଡିଏସଓ ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନ, ସହ-ସଂପାଦକ ରାଜେଶ ରାଉତ, ମଧୁସ୍ମିତା ଦଳାଇ, ନମିତା ବେହେରା, ଶ୍ରଦ୍ଧାଞ୍ଜଳି ପାତ୍ର ଏବଂ କୁନି ଓଝା, ବରିଷ୍ଠ ସଦସ୍ୟ ଅଶୋକ ବେହେରା ପ୍ରମୁଖ । ବିଜେପି ସରକାରର ଘୃଣ୍ୟ ରାଜନୀତି କରିବା ମଧ୍ୟ ଦେଇ ଏହି ଜଘନ୍ୟ ଘଟଣାକୁ ଦମନ କରିବା ପରିବର୍ତ୍ତେ ଚୁପ ରହି ପ୍ରକାରନ୍ତରେ ଏହାକୁ ଇନ୍ଧନ ଯୋଗାଇବା, ପୁଲିସ ପ୍ରଶାସନର ନୀରବତାକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ମଣିପୁରରେ ରାଜ୍ୟ ଓ କେନ୍ଦ୍ର ବିଜେପି ସରକାର ହିଂସା ନରସଂହାର ବନ୍ଦ କରି ଶାନ୍ତି ଫେରାଇ ଆଣିବା ଏବଂ ଧର୍ଷଣ କାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବା ପାଇଁ ବିକ୍ଷୋଭକାରୀମାନେ ଦୃଢ ଦାବି କରିଥିଲେ ।