ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସ୍ଥାୟୀ ରୋଜଗାର ଦାବି: ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସ୍ଥାୟୀ ରୋଜଗାର ଦାବି: ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସ୍ଥାୟୀ ରୋଜଗାର ଦାବି: ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ସ୍ଥାୟୀ ରୋଜଗାର ଦାବି କରି ଆଜି ଭିନ୍ନକ୍ଷମ ଦମ୍ପତ୍ତି ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସଥିôବା ଦେଖିବାକୁ ମିଳିଛି । ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ରଞ୍ଜନ କୁମାର ରାଉତଙ୍କର (୪୨) ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ପୀଡିତ ହୋଇ ଗୋଡ଼ ଛୋଟା ହୋଇଯାଇଥିଲେ । ଭିନ୍ନକ୍ଷମ ହୋଇ ମଧ୍ୟ ସେ ପାଠ ପଢି ମାଟ୍ରିକ ପରୀକ୍ଷା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ +୨ଶ୍ରେଣୀରେ ଅଧ୍ୟୟନ କରିବା ସମୟରେ ନିଜ ପିତାଙ୍କ ବିୟୋଗ ହେତୁ ପାଠ ପଢ଼ାରେ ୧୯୯୯ ମସିହାରେ ପାଠ ପଢ଼ା ରେ ବନ୍ଦ ହୋଇଥିଲା । ତତ୍କାଳୀନ ତିଗିରିଆ ତହସିଲଦାର ଶିବବ୍ରତ ଘୋଷଙ୍କ ଉଦ୍ୟମରେ ତାଙ୍କର ବିବାହ ତିଗିରିଆ ଥାନା ହରିଡାପଶି ଗ୍ରାମର ମୀନାଙ୍କ ସହ ୨୦୧୧ମସିହାରେ ସମ୍ପନ୍ନ ହୋଇଥିଲା । ମିନା ମଧ୍ୟ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ହୋଇଥିଲେ । ଜଣେ ଭିନ୍ନକ୍ଷମ ଭାବେ ଦମ୍ପତିଙ୍କ ନାମ ମଧ୍ୟ ପଞ୍ଜିକୃତ ହୋଇଛି । ଉଭୟେ ରାସନ କାର୍ଡରେ ମାସିକ ୧୦କିଲୋ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ୧୦୦୦ ଟଙ୍କା ପାଉଛନ୍ତି । ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି । ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଜଣେ ଦୃଢ଼ ସମର୍ଥକ ବୋଲି କହୁଛନ୍ତି । ଏତିକି ସମ୍ବଳରେ ଏ ମହରଗ ଯୁଗରେ ଚଳିବାକୁ ସେ ସ୍ୱୀକାର କରିବା ସହ ତାଙ୍କ ଯୋଗ୍ୟତା ଅନୁଯାଇ ଚାକିରୀ ଟିଏ ପାଇଁ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ନିବେଦନ କରିଥିଲେ ବି କୌଣସି ସୁଫଳ ପାଇ ନାହାନ୍ତି । ଏପରିକି ଶ୍ରୀ ସ୍ୱାଇଁଙ୍କ ନିକଟକୁ ଗତ ୧୦ ବର୍ଷ ହେଲା ସାକ୍ଷାତ କରି ନିବେଦନ କରି ଆସୁଥିଲେ ମଧ୍ୟ କିଛି ଫଳ ମିଳିନଥିବା କାନ୍ଦିକାନ୍ଦି ଉଭୟ ଦମ୍ପତି ପ୍ରକାଶ କରିଛନ୍ତି । ଆଜି ସେ ଏକ ସ୍ମାରକପତ୍ର ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାଦେବାର ତିନି ଘଣ୍ଟା ପରେ ସହକାରୀ ଉପଜିଲ୍ଲାପାଳ ଦୀପ୍ତିମୟୀ ବେହେରା ଓ ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ରଞ୍ଜନଙ୍କ ହାତରୁ ସ୍ମାରକ ପତ୍ର ଗ୍ରହଣ କରିବା ଧାରଣାରୁ ଉଠିଯିବାକୁ ଅନୁରୋଧ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନଆସିବା ପର୍ଯ୍ୟନ୍ତ ଉଭୟେ ଧାରଣାରୁ ଉଠିବେ ନାହିଁ ବୋଲି ରୋକଠୋକ କହିଛନ୍ତି । ତେବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ । ତାଙ୍କ ନିକଟରେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ କିମ୍ବା ରାଜନୈତିକ ଦଳ ପ୍ରତି ବିଦ୍ୱେଶ ଭାବ ନାହିଁ । ତେଣୁ ସେ ଆଠଗଡ଼ ଅଞ୍ଚଳର ଅଦ୍ୱିତୀୟ ନେତା ଭାବେ ପରିଚିତ । ତେବେ ଏହି ଦମ୍ପତ୍ତିଙ୍କ ପାଇଁ ସେ ଧାରଣାସ୍ଥଳକୁ ଆସୁଛନ୍ତି କି ନାହିଁ, ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସମସ୍ୟାର ସମାଧାନ ହେଉଛି କି ନାହିଁ ତାହା ଦେଖିବାକୁ ସମସ୍ତଙ୍କ ନଜର ବୋଲି ଚର୍ଚ୍ଚା ହେଉଛି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ