ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର
କଟକ(ଏନ୍.ଏମ୍.): ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ପଡ଼ିଯାଇଛନ୍ତି । ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଂ.ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏ ନେଇ ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି । ସୂଚନା ଅନୁଯାୟୀ, ଯାଜପୁର ଏନସି କଲେଜ ନିକଟରେ ଇଂ. ସାହୁ କଟକ ଆସୁଥିବାବେଳେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସପିି ଅଖୟ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।