ଭିଜିଲାନ୍ସ ଅଧିକାରୀଙ୍କ ଅକାଳ ବିୟୋଗ
କଟକ(ଏନ୍.ଏମ୍.): ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ବରିଷ୍ଠ କର୍ମଚାରୀ ଅଧିକ୍ଷକ ଲେବୁଲ-୨ ରବିନ୍ଦ୍ର ନାଥ ବେହେରାଙ୍କ ଗତ ଜୁନ ୨୦ତାରିଖ ରାତିରେ ହୃଦଘାତରେ ପରଲୋକ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଜଣେ ଦକ୍ଷ, ମେଳାପି ଓ ସରଳ ମଣିଷ ଭାବେ ନିର୍ଦ୍ଦେଶାଳୟରେ ସମସ୍ତ ପ୍ରିୟ ଥିଲେ । ତାଙ୍କ ଅସମୟ ବିୟୋଗରେ ନିର୍ଦ୍ଦେଶାଳୟ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସ୍ୱର୍ଗତ ବେହେରାଙ୍କ ଆତ୍ମାର ସଦଗତି କାମନା କରିଥିଲେ । ସୂଚନା ଯୋଗ୍ୟ ଯେ, କଟକ ଜିଲ୍ଲା ମାଣପୁର ଗ୍ରାମରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର କୁମାର ଅଭିଜିତ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, କନ୍ୟା, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତଥିଲେ ।