ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ କୁହୁଳୁଛି ଅସନ୍ତୋଷ

ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ କୁହୁଳୁଛି ଅସନ୍ତୋଷ

ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ କୁହୁଳୁଛି ଅସନ୍ତୋଷ


ନରସିଂହପୁର(ଏନ୍‌.ଏମ୍‌.): ଭାରତୀୟ ସ୍ଥଳସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ କୁହୁଳିବାରେ ଲାଗିଛି । ପ୍ରାର୍ଥୀଙ୍କ ଚୟନପ୍ରକ୍ରିୟାରେ ଅହେତୁକ ବିଳମ୍ବ କରାଯାଉଥିବା ଯୋଗୁଁ ଆଶାୟୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ନରସିଂହପୁର ପଞ୍ଚମୁଖୀ ଛକଠାରୁ ଅଶାୟୀ ପ୍ରାର୍ଥୀଙ୍କ ଏକ ବିଶାଳ ଶୋଭାଯାତ୍ରା ଅଞ୍ଚଳ ପରିକ୍ରମା କରି ବିଭାଗୀୟ ଅବହେଳାର ସମାଲୋଚନା କରାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଦୀର୍ଘ ଆଠମାସରୁ ଉର୍ଦ୍ଧ୍ୱ ସମୟ ହେବ ବର୍ତ୍ତମାନ ସୁଦ୍ଧା କିଛି ପ୍ରାର୍ଥୀଙ୍କ ହୋଇଯାଇଥିବା ଆର୍ମି ରାଲି ପରୀକ୍ଷାରେ ଶାରୀରିକ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେଉନାହିଁ । ତେବେ ଏହାର କାରଣ କ’ଣ ଏବଂ କାହିଁକି ବିଳମ୍ବ ହେଉଛି ସେ ନେଇ ଆଶାୟୀ ପ୍ରାର୍ଥୀଙ୍କୁ ସଠିକ ତଥ୍ୟ ଦିଆଯାଉ ନାହିଁ । ଅନ୍ୟପକ୍ଷରେ ଆଶାୟୀଙ୍କ ଅଭିଯୋଗ ପ୍ରତି ଛଅ ମାସରେ ଥରେ ଆର୍ମି ରାଲି ବାହାରେ କିନ୍ତୁ ଏବେ ବିଳମ୍ବ କଣ ପାଇଁ ଓ ଏହା ସହିତ ପୋଷ୍ଟ ଅଧିକ କଣ ପାଇଁ ବାହାର କରାଯାଉନାହିଁ । ପୁନଶ୍ଚ ଚାକିରୀର ବୟସ ସୀମା କୋହଳ କରାଯିବାକୁ ମଧ୍ୟ ଦାବି ହୋଇଛି । କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପାଇଁ କୌଣସି ସାମରିକ କ୍ଷେତ୍ରରେ ବିଶେଷ କରି ଆର୍ମି ରିକ୍ୟୁରମେଣ୍ଟ ବାହାରି ନାହିଁ; ତେଣୁ ଯେଉଁ ପ୍ରାର୍ଥୀ ଶେଷ ଆଶା କରିଥିଲେ ସେମାନଙ୍କ ବୟସ ସୀମା ସରି ସରି ଆସୁଛି । ତେଣୁ ଏମାନେ ଏବେ କରିବେ କଣ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଶହ ଶହ ଆଶାୟୀ ପ୍ରାର୍ଥୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଆଗାମୀ ଦିନରେ ଯଦିଓ ସରକାର କିମ୍ବା ସାମରିକ ବାହିନୀ ଅଧିକାରୀମାନେ ଏ ନେଇ ପଦକ୍ଷେପ ଗ୍ରହଣ ନକରନ୍ତି ତା’ହେଲେ ବାଧ୍ୟ ହୋଇ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଏହି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି