ଭାରତୀୟ ଶ୍ରମସମ୍ମିଳନୀ-୨୦୨୪
ଭୁବନେଶ୍ୱର(ଏନ୍.ଏମ୍.): କେରଳର କୋଝିକୋଡ଼ି ଠାରେ ଭାରତୀୟ ଶ୍ରମ ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ଭାରତର ବିଭିନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ନୀତିରଞ୍ଜନ ସେନ,ସମ୍ମାନିତ ବକ୍ତାଭାବରେ ସମ୍ମିଳନୀରେ ଯୋଗଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ ଓଡ଼ିଶା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ,ଶ୍ରମ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।