ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ

ବଡ଼ଦିନ ଓ ନୂଆବର୍ଷ ପାଇଁ ଜାରି କଟକଣାରେ ସଂଶୋଧନ


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ତାରିଖ ବଡ଼ଦିନ ଠାରୁ ୨ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲେ । ମାତ୍ର କଟକଣା ଜାରି ନିର୍ଦ୍ଦେଶନାମା ପ୍ରକାଶ ପାଇବାର କିଛି ସମୟ ପରେ ବିଭିନ୍ନ ଦିଗରୁ ବିଚାର କରି ସ୍ୱତନ୍ତ୍ର ରିଲିଫ କମିଶନର ଏହି କଟକଣାରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତି ଅନୁସାରେ କେବଳ ଡିସେମ୍ବର ୨୫, ୩୧ ତାରିଖ ସହିତ ଜାନୁଆରୀ ୧ ଓ୨ତାରିଖରେ ଏହି କଟକଣା ଲାଗୁ ରହିବା ସହ ଅନ୍ୟଦିନ ପାଇଁ କଟକଣା କୋହଳ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ନମ୍ବର ୭୪୫୮ରେ ପୂର୍ବ କଟକଣା ଜାରି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଚିଠି ନମ୍ବର ୭୪୭୫ରେ ସଂଶୋଧିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ