ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

News by Maheswar Behera (Dampada)

ଡମପଡ଼ା(ଏନ୍‌.ଏମ୍‌.): ଗତ ସମବାୟ ନିର୍ବାଚନ ମତଦାନବେଳେ ଜୋର ଜବରଦସ୍ତ ପଶି ମତଦାନ ଦେବା ଅଭିଯୋଗରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଡମପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହାର ପ୍ରତି ବାଦରେ ଆଜି ଶତାଧିକ କଂଗ୍ରେସ କର୍ମୀ ବାଙ୍କୀ ଥାନା ସମ୍ମୁଖରେ ଧାରଣାରେ ବସି ଧର୍ମଘଟ କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୨୩ତାରିଖରେ ସମବାୟ ନିର୍ବାଚନ ଚାଲିଥିବାବେଳେ ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ ମତଦାନ କରିବାର କୌଣସି ଅଧିକାର ନଥିଲେ ମଧ୍ୟ ଜୋର ଜବରଦସ୍ତ ମତଦାନ କରିଥିଲେ । ତେଣୁ ସେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଗଣତନ୍ତ୍ରର କଣ୍ଠରୋଧ କରି ନିର୍ବାଚନରେ ହସ୍ତକ୍ଷେପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ପକ୍ଷରୁ ବାଙ୍କୀ ଥାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ । ତେବେ ଦୀର୍ଘ ସମୟ ଧରି ବିକ୍ଷୋଭକାରୀମାନେ ଧାରଣାରେ ବସିବା ପରେ ଥାନା ଅଧିକାରୀ ଏବଂ ସ୍ଥାନୀୟ ଏସଡିପିଓ ଜ୍ଞାନ ଦାସ ବୁଝାସୁଝା କରିବା ପରେ ଏ ନେଇ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ କଂଗ୍ରେସ କର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ସୂଚନା ଯୋଗ୍ୟଯେ, ବ୍ଲକ ଅଧ୍ୟକ୍ଷ ଶ୍ରୀ ପଟେଲଙ୍କ ଏଭଳି ଅନୈତିକ କାର୍ଯ୍ୟ ଯୋଗୁଁ ଗତ ନଭେମ୍ବର ୧ ତାରିଖରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗ ହେବାର ୧୪ ଦିନ ବିତି ଯାଇଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇବା ସହ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବାଙ୍କୀ ଯୁବ କଂଗ୍ରେସ ଅଧ୍ୟକ୍ଷ ରମାକାନ୍ତ ସେଠୀ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ