ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ

ବ୍ରଜରାଜନଗର ଉପନିର୍ବାଚନ:

ବିଜେଡିରୁ ଅଳକା ମହାନ୍ତି ଓ ବିଜେପି ରାଧାରାଣୀ ପଣ୍ଡା କଂଗ୍ରେସ ପକ୍ଷରୁ ଶେଷ ହୋଇନି ପ୍ରାର୍ଥୀ ଚୟନ


ବ୍ରଜରାଜନଗର(ଏନ୍‌.ଏମ୍‌.): ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ଏବେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥି ପାଇଁ ଚଳିତ ମାସ ୩୧ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ଏହି ଅଞ୍ଚଳରେ ରାଜନୈତିକ ଉଷ୍ମତା ବେଶ ଦେଖିବାକୁ ମିଳିଛି । ଇତି ମଧ୍ୟରେ ବିଜେଡି ଓ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଚୟନ ଶେଷ ହୋଇନଥିବା କୁହାଯାଉଛି । ତେବେ ଉଭୟ ପ୍ରାର୍ଥୀଙ୍କୁ କିଏ ଟକ୍କର ଦେଇ ପାରିବ ସେହିଭଳି ପ୍ରାର୍ଥୀଙ୍କ ଅନ୍ୱେଷଣରେ କଂଗ୍ରେସ ରହିଥିବା କୁହାଯାଉଛି । ତେବେ ଦଳରେ କିଛି ଆଶାୟୀ ପ୍ରାର୍ଥୀମଧ୍ୟ ନିର୍ବାଚନ ରଣାଙ୍ଗନକୁ ଆସିବା ପାଇଁ ଅଣ୍ଟାଭିଡିଥିଲେ ମଧ୍ୟ ଏଯାଏ ଦଳୀୟ ହାଇକମାଣ୍ଡଙ୍କ ଠାରୁ କୌଣସି ସୂଚନା ମିଳିପାରି ନାହିଁ । ଅନ୍ୟ ପକ୍ଷରେ କଂଗ୍ରେସର ରାଜ୍ୟ ମୁଖିଆଙ୍କୁ ନେଇ କଂଗ୍ରେସର ଭାଗବଣ୍ଟା ଶେଷ ହୋଇ ପାରୁନଥିବାବେଳେ ଏଠାରେ କାହାକୁ ପ୍ରାର୍ଥୀ କିଏ କରାଇବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି ।
ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଏହି ଉପନିର୍ବାଚନରେ ବିଧାୟକ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କ ପ୍ରାର୍ଥୀ କରିଥିବା ନେଇ ଦଳୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ନାମ ଘୋଷଣା କରିଥିବା ଗଣମାଧ୍ୟମ ବ୍ୟାପାର ମୁଖ୍ୟ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ତେବେ ସ୍ୱର୍ଗତ ମହାନ୍ତିଙ୍କର ଏଠାରେ ଭଲ ଜନସମର୍ଥନ ଥିବାବେଳେ ତାଙ୍କ ପତ୍ନୀଙ୍କୁ ଭୋଟର ଅନୁକମ୍ପାମୂଳକ ଭୋଟ ଅଜାଡି ଦେବେ ବୋଲି ଦଳ ଆଶା ରଖିଛି । ଏଥି ସହିତ ଏହି ନିର୍ବାଚନ ପରିଚାଳନା କରିବା ନିମନ୍ତେ ବିଜେଡି ପକ୍ଷରୁ ବହୁ ହେବି ୱେଟ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଜେପି ପକ୍ଷରୁ ମଧ୍ୟ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଏଠାରେ ପୁନର୍ବାର ପ୍ରାର୍ଥୀ କରିଛି । ତାଙ୍କ ନାମ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଅନୁମୋଦନ କରିଛି । ତେବେ ଶ୍ରୀମତୀ ପଣ୍ଡା ୨୦୧୪ ମସିହାରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ ମସିହାରେ ସେ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କ ଠାରୁ ପରାଜୟ ବରଣ କରିଥିଲେ । କିନ୍ତୁ ୨୦୨୧ ଡିସେମ୍ବର ୩୦ତାରିଖରେ ବିଧାୟକ କିଶୋର ମହାନ୍ତିଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିବାରୁ ଏହି ନିର୍ବାଚନମଣ୍ଡଳିଟି ଖାଲି ପଡ଼ିଥିଲା । ତେବେ ଏହି ଉପନିର୍ବାଚନରେ ବିଜେଡି ଭଲପ୍ରଦର୍ଶନ କରିବାକୁ ଆଶାବାଦୀଥିବାବେଳେ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ଦଳରେ ଏଯାଏ ପ୍ରସ୍ତୁତି ନଥିବା ଜଣାପଡ଼ିଛି । ବିଶେଷ କରି ଉଭୟ ଦଳ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ବିଜେଡିକୁ ଯାଉଛି ବୋଲି ନିର୍ବାଚନ ସମୀକ୍ଷକମାନେ ମତ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ